Thursday, June 19, 2025

୮ ଡିସେମ୍ବର, ୨୦୨୩ ଶୁକ୍ରବାର: ଜାଣନ୍ତୁ ଆଜିର ପଞ୍ଚାଙ୍ଗ ଓ ଆପଣଙ୍କ ରାଶିଫଳ

ବିଛା ଦି୨୨ନ, ମାର୍ଗଶୀର କୃଷ୍ଣ ଏକାଦଶୀ ଦ୬୦ ନିଶାନ୍ତ, ହସ୍ତା ଦ୮।୩୫ ଦିଘ୯।୩୮,କନ୍ୟା ଚନ୍ଦ୍ର ଦ୪୦।୪୬ ରାଘ୧୦।୩୦।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୩/୫୮/୦୦ ଇଂଘ ୬/୧୧/୫୪ ଗତେ ଉଦୟ।
ବୃଷ ଦ୪/୦୨/୦୦ ଇଂଘ ୫/୧୩/୧୫ ଗତେ ଅସ୍ତ।

ଯୋଗିନୀ ଅଗ୍ନିକୋଣେ । ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ନାମକରଣ ଓ ଦୀକ୍ଷାଗ୍ରହଣ, ବିବାହ ଓ ପାଣି ଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୯।୩୮ ଗତେ ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧୦।୩୦ ଗତେ ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ବିଛା ଧନୁ ଓ ମୀନ ରାଶି ମାନଙ୍କର ଘାତବାର । ଦିବା ଘ୮।୫୫ ଗତେ ଘ୧୧।୩୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୨୨ ଗତେ ଘ୧୦।୧ ମଧ୍ୟେ କାଳରାତ୍ରି ।ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବିକା ଭକ୍ଷଣ ନିଷେଧ ।

(ଅମୃତ) –ଘ୭।୪୯ ଗତେ ଘ୧୦ ଗତେ ଘ୩।୪୯ ମଧ୍ୟେ ଘ୪।୩୭ ଗତେ ଘ୫।୪ ମଧ୍ୟେ ରାତ୍ରି ଘ୫।୫୨ ଗତେ ଘ୯।୪ ମଧ୍ୟେ ଘ୧୧।୨୮ ଗତେ ଘ୨।୪୦ ମଧ୍ୟେ ଘ୩।୨୮ ଗତେ ଘ୫।୪ ମଧ୍ୟେ (ମାହେନ୍ଦ୍ର) – ନାସ୍ତି

 

ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। କୌଣସି ପ୍ରକାରରେ ନିଜର କାମ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ଆପଣଙ୍କର ସାହସ ଓ ଭାବିବାର କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ହେବ। କୌଣସି କାମରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ପୂଜାପାଠରେ ସମୟ ବିତିବ। କୌଣସି ଭଲ ଖବର ପାଇବେ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ଆପଣଙ୍କୁ କିଛି ନୂଆ ଅଭିଜ୍ଞତା ମିଳିବ।

ନୂଆ ସୁଯୋଗ ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବେ। ସାମାଜିକ କାର୍ଯ୍ୟରେ ସମ୍ବଳ ବିନିଯୋଗ କରିବେ। ଛାତ୍ରଙ୍କୁ ଲେଖାପଢ଼ାରେ ଯଥେଷ୍ଟ ସଫଳତା ମିଳିବ।

ପୂର୍ବ କଥାକୁ ନେଇ ଚିନ୍ତା ବଢ଼ିପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନଲାଭ ଯୋଗ ରହିଛି। କିଛି ନୂଆ ଶିଖିବାର ମଉକା ପାଇବେ।

କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।

ପୂର୍ବରୁ କରିଆସୁଥିବା କାମରେ ଲାଭ ପାଇବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ପରିବାରରେ ଖୁସିର ଆଗମନ ହେବ।

ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ବଡ଼ ପଦକ୍ଷେପ ନିଅନ୍ତୁ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ କାମରେ ବ୍ୟସ୍ତ ରହିବେ।

ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କର ପ୍ରଶଂସା ହେବ। ପ୍ରେମିକାଙ୍କୁ ମନର କଥା କହିବେ।

ଆପଣ ନିଜର ଲକ୍ଷ୍ୟ ଆଡ଼କୁ ଧ୍ୟାନ ସଜାଇ ରଖିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।

ଅଚାନକ ଧନଲାଭ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ସନ୍ଧ୍ୟା ସମୟ ଭଲରେ ବିତିବ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ।

ଦିନଟି ଧାର୍ମିକ ଗତିବିଧିରେ ବିତିବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ବିଜୟ ହାସଲ ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ଜ୍ୟୋତିର୍ବିଦ୍ ଆଚାର୍ଯ୍ଯ ସଦାଶିବ ମିଶ୍ର
ଶ୍ରୀ ଶ୍ରୀ ରଘୁନାଥ କ୍ଷେତ୍ର, ପଞ୍ଚବଟୀ ଆଶ୍ରମ, ହରିଡାମଡା,ମେଣ୍ଢାଶାଳ, ଖୋର୍ଦ୍ଧା, ୭୫୨୦୫୪
ଦୂରଭାଷ-୯୪୩୭୦୪୪୯୪୯

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles