Thursday, June 19, 2025

ସିଆରପିଏଫ ପକ୍ଷରୁ ଜନସଂପର୍କ ଅଭିଯାନ ..

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ତହସଲି ବେଲଘର ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଉପାନ୍ତ ଅଞ୍ଚଳ ଭଦ୍ରନିଗି, ଗୋଚ୍ଛାଗୁଡ଼ା, ନୂଆଗାଁ, ସିରିକି, ସର୍ଲାଘାଟି, ମାର୍ଡିଘାଟି ଗ୍ରାମରେ ସିଆରପିଏଫ୍‌ ୧୨୭ ବାଟାଲିଅନ, ବାଲିଗୁଡ଼ା ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସ୍ଥାନୀୟ ଲୋକମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା। ଏଥିସହିତ ଶୀତ ଦିନ ପାଇଁ ସେମାନଙ୍କୁ କମ୍ବଳ ଓ ସୌର ଲଣ୍ଠନ ପ୍ରଦାନ କରାଯାଇଥିଲା। ସାମାଜିକ ବାର୍ତ୍ତା ନେଇ ଗ୍ରାମବାସୀ, ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ୧୨୭ ବାଟାଲିୟନ ବେଲଘର କମାଣ୍ଡାଣ୍ଟ, ଅନ୍ୟ ଅଧିକାରୀ ଓ କର୍ମଚାରୀ, ବିଶିଷ୍ଟ ନାଗରିକମାନେ ଉପସ୍ଥିତ ଥିଲେ । ସିଆରପିଏଫ କମାଣ୍ଡାଣ୍ଟ ଗଣମାଧ୍ୟମକୁ ସମ୍ବୋଧିତ କରି ମାଓ ପ୍ରଭାବିତ ଅଞ୍ଚଳରେ ଆଦିବାସୀ ଲୋକଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଜନସମ୍ପର୍କ ଶିବିରରେ ୩୦୦ରୁ ଅଧିକ ସ୍ଥାନୀୟ ଲୋକ ଯୋଗ ଦେଇ ଲାଭ ନେଇଥିଲେ ଏବଂ ସିଆରପିଏଫର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ମୁଖ୍ୟଧାରାରେ ଯୋଗ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ଓ ଲାଭ ସମ୍ପର୍କରେ ସ୍ଥାନୀୟ ଯୁବକମାନଙ୍କୁ କମାଣ୍ଡାଣ୍ଟ ସୂଚନା ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଭାଗରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles