ଯୁଗାଦ୍ଦ -୫୧୨୫, ଶକାବ୍ଦ- ୧୯୪୫, ସମ୍ବତ-୨୦୮୦, ଦିଲ୍ଲୀସ୍ବରାଦ୍ଧ-୧୪୩୧, ସମ୍ବତ୍ସର-ପିଙ୍ଗଳ, ଋତୁ- ହେମନ୍ତ (ଦ୍ବିତୀୟ ମାସ), ସୂର୍ଯ୍ୟ- ଦକ୍ଷିଣାୟନ।
ମାର୍ଗଶିର ମାସ, ଶୁକ୍ଳ ପକ୍ଷ, ଭୌମ ବାସର
ତିଥି- ପୂର୍ଣ୍ଣିମା ନିଶାନ୍ତ ଘ୫/୪୨ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍। ନକ୍ଷତ୍ର- ମୃଗଶିରା ନକ୍ଷତ୍ର ରାତ୍ରି ଘ୧୦/୪୭ମି ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ନକ୍ଷତ୍ର। ଚ଼ନ୍ଦ୍ର- ବୃଷଚନ୍ଦ୍ର ଦିବା ଘ୧୦/୨୯ମି ପର୍ଯ୍ୟନ୍ତ ତଦନ୍ତେ ମିଥୁନଚନ୍ଦ୍ର। ସୌର ଚଳନେ ଧନୁ ଦି୧୧ନ।
ସୁର୍ଯ୍ୟୋଦୟ- ଘ୬/୨୨/୫୩
ସୂର୍ଯ୍ୟାସ୍ତ- ଘ୫/୧୧/୫୩
ପଣ୍ଡୁଓଷା, ଦତ୍ତାତ୍ରେୟ ଜୟନ୍ତୀ, ମାର୍ଗଶିର ପୂର୍ଣ୍ଣିମା, ମଙ୍ଗଳ ପୂର୍ଣ୍ଣିମା ବ୍ରତ, ପୂର୍ଣ୍ଣିମାର ଚ଼ନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟ ଦାନ।
ବିବିଧ – ସ୍ତ୍ରୀ ତୈଳ ବର୍ଜନ।
ଯୋଗ- ଶୁକ୍ଳଯୋଗ ରାତ୍ରି ଘ୪/୨୦ମି ପର୍ଯ୍ୟନ୍ତ ତଦନ୍ତେ ବ୍ରହ୍ମଯୋଗ।
କରଣ- ବିଷ୍ଟିକରଣ ସନ୍ଧ୍ୟା ଘ୫/୩୯ମି ପର୍ଯ୍ୟନ୍ତ ତଦନ୍ତେ ବବକରଣ ନିଶାନ୍ତ ଘ୫/୪୨ମି ପର୍ଯ୍ୟନ୍ତ।
ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ, ନିଶାନ୍ତ ଘ୫/୪୨ମି ପରେ ପୂର୍ବ ଦିଗରେ। ପକ୍ଷାନ୍ତ ଦୋଷ, ମଙ୍ଗଳବାର, ବିଷ୍ଟିକରଣ ଓ ମଙ୍ଗଳସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।
ଚନ୍ଦ୍ରଶୁଦ୍ଧି– ମେଷ, ବୃଷ, କର୍କଟ, ସିଂହ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା ଘ୧୦/୨୯ମି ପରେ ମେଷ, ବୃଷ, ମିଥୁନ, ସିଂହ, ତୁଳା,ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।
ଘାତଚନ୍ଦ୍ର– ବିଛା ରାଶିର ଏବଂ ଦିବା ଘ୧୦/୨୯ମି ପରେ କନ୍ୟା ରାଶିର ଘାତଚନ୍ଦ୍ର।
ଘାତ ବାର– ମକର ରାଶିର ଘାତବାର।
ତାରାଶୁଦ୍ଧି- ୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୪୬ମି ପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।
ସାମ୍ବତ୍ସରିକ ଶ୍ରାଦ୍ଧ– ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।
ନିଷିଦ୍ଧ ଖାଦ୍ୟ- ଆମିଷ ଭକ୍ଷଣ ନିଷେଧ।
ଅଶୁଭ ବେଳା- (ବାରବେଳା) ଦିବା ଘ୭/୪୬ମି ରୁ ଘ୯/୭ମି ପର୍ଯ୍ୟନ୍ତ।
(କାଳବେଳା) ଦିବା ଘ୧୧/୧୧ମି ରୁ ଘ୨/୩୨ମି ପର୍ଯ୍ୟନ୍ତ। (କାଳରାତ୍ରି) ରାତ୍ରି ଘ୬/୫୩ମି ରୁ ଘ୮/୩୨ମି ପର୍ଯ୍ୟନ୍ତ।
ଶୁଭ ବେଳା– (ଅମୃତ) ସୂର୍ଯ୍ୟୋଦୟରୁ ଦିବା ଘ୭/୧୩ମି ମଧ୍ୟେ, ଘ୮/୧ମି ରୁ ଘ୧୨/୧ମି ମଧ୍ୟେ, ରାତ୍ରି ଘ୭/୩୮ମି ରୁ ଘ୮/୨୬ମି ମଧ୍ୟେ, ଘ୯/୧୪ମି ରୁ ଘ୧୧/୩୮ମି ମଧ୍ୟେ, ଘ୧/୧୪ମି ରୁ ଘ୨/୫୦ମି ମଧ୍ୟେ, ଘ୪/୨୬ମି ରୁ ନିଶାନ୍ତ ଘ୫/୧୪ମି ପର୍ଯ୍ୟନ୍ତ।
(ମାହେନ୍ଦ୍ରବେଳା) ସୂର୍ଯ୍ୟାସ୍ତରୁ ରାତ୍ରୀ ଘ୭/୩୮ ମିନିଟ ପର୍ଯ୍ୟନ୍ତ।
ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ। ଫଳଂ କୃଷି ହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ।
ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଶ୍ରୀମତୀ। କନ୍ୟାର ରାତ୍ରି ଘ୧୦/୪୭ମି ପରେ ପାଞ୍ଚମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ଘୃତତାମ୍ରପାତ୍ର ରକ୍ତବସ୍ତ୍ର ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ। ବାର ଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ)।
ଶୁଭକର୍ମ- ନାସ୍ତି