Thursday, July 17, 2025

କାଳ ହେଲା କୁହୁଡ଼ି: ବସ୍‌ – ଟ୍ରକ୍‌ ମୁହାଁମୁହିଁ ଧକ୍କା : ୨ ମୃତ, ୪୦ରୁ ଅଧିକ ଆହତ

କଟକ: କାଳ ହେଲା କୁହୁଡ଼ି। କଟକ – ଚାନ୍ଦବାଲି ରାସ୍ତା କଟରପଡା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଜକନିକାରୁ କଟକ ଆସୁଥିବା ମନୋରମା ନାମକ ଯାତ୍ରୀବାହୀ ବସ୍‌ ସହ ଏକ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଘନ କୁହୁଡି କାରଣରୁ ହୋଇଥିବା ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ମନୋରମା ବସ୍‌ ସକାଳ ୫ଟାରୁ ରାଜକନିକା ଛାଡି କଟକ ଅଭିମୁଖେ ଆସୁଥିଲା। ବାଟରେ ନିଶ୍ଚିନ୍ତକୋଇଲି କଟରପଡା ଠାରେ ମାଲବାହୀ ଟ୍ରକ ସହ ମୁହାଁମୁହିଁ ହୋଇଥିଲା। ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମ ବିଭାଗ ବସ୍‌ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles