Thursday, June 19, 2025

ଭାଇ ହେଲା ଭଗାରୀ: ବଡ଼ ଭାଇର ଗୁଳିରେ ଚାଲିଗଲା ସାନଭାଇର ଜୀବନ

ଭୁବନେଶ୍ୱର: ଭାଇ ହେଲା ଭଗାରୀ। ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ବଡ଼ ଭାଇର ଗୁଳିମାଡ଼ରେ ‌ସାନଭାଇର ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଗୁଳିମାଡରେ ମୃତକ ହେଲେ ତେତେରକେଲାର ସୂର୍ଯ୍ୟ ସିଂହ। ପାରିବାରିକ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ଭୋଜିଭାତ ଚାଲିଥିବା ବେଳେ କଥା କଟାକଟିକୁ ନେଇ ଗୁଳି ଫୁଟିଛି। ପରିବାରର ପୂର୍ବ କଥାକୁ ନେଇ ସୂର୍ଯ୍ୟ ଓ ତାଙ୍କ ବଡ଼ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହଠାତ ବଡ଼ଭାଇ ପକେଟ ବନ୍ଧୁକ ବାହାର କରି ସୂର୍ଯ୍ୟଙ୍କ ଉପରକୁ ଗୁଳିଚଳାଇ ଥିଲେ। ଘଟଣାସ୍ଥଳରେ ହିଁ ସୂର୍ଯ୍ୟର ମୃତ୍ୟୁ ହୋଇ ଯାଇଥିଲା। ତେବେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବଡ଼ ଭାଇ ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles