Thursday, June 19, 2025

ଭାରତ ହେବ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୭/୨୮ ସୁଦ୍ଧା ୫ ଟ୍ରିଲିୟନ୍ ଡଲାରରୁ ଅଧିକ ମୋଟ ଘରୋଇ ଉତ୍ପାଦ (ଜିଡିପି) ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଯେ ବର୍ତ୍ତମାନ ୫୦ କୋଟିରୁ ଅଧିକ ଭାରତୀୟଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଥିବାବେଳେ ୨୦୧୪ରେ ଏହି ସଂଖ୍ୟା ୧୫ କୋଟି ରହିଥିଲା। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ ୮-୯ ବର୍ଷ ମଧ୍ୟରେ ଭାରତ ୫୯୫ ବିଲିୟନ ଡ଼ଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ପାଇଛି। ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ ରକ୍ଷଣଶୀଳ ଆକଳନ ଅନୁଯାୟୀ ୨୦୪୭ ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର ୩୦ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଏହା ସମ୍ଭବ ଯେ ୨୦୨୭/୨୮ ଆର୍ଥିକ ବର୍ଷ ସୁଦ୍ଧା ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରିବା ଏବଂ ସେହି ସମୟ ସୁଦ୍ଧା ଆମର ଜିଡିପି ପାଞ୍ଚ ଟ୍ରିଲିୟନ ଡଲାର (ପାଞ୍ଚ ଟ୍ରିଲିୟନ ଡଲାର) ଅତିକ୍ରମ କରିବ। ଏକ ରକ୍ଷଣଶୀଳ ଆକଳନ ହେଉଛି ଯେ ୨୦୪୭ ସୁଦ୍ଧା ଆମ ଅର୍ଥନୀତି ଅତି କମରେ ୩ ଟ୍ରିଲିୟନ ଡଲାରରେ ପହଞ୍ଚିବ। ବର୍ତ୍ତମାନ ଜିଡିପି ପ୍ରାୟ ୩.୪ ଟ୍ରିଲିୟନ ଡଲାର ସହିତ ଭାରତ ହେଉଛି ପଞ୍ଚମ ବୃହତ୍ତମ ଅର୍ଥନୀତି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଆମେରିକା, ଚୀନ୍, ଜାପାନ ଏବଂ ଜର୍ମାନୀ ଏହାଠାରୁ ଆଗରେ ଅଛନ୍ତି। ଚଳିତ ଆର୍ଥିକବର୍ଷରେ ଭାରତୀୟ ଅର୍ଥନୀତି ୭.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହାର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଥିଲା। ଗତ ୮/୯ ବର୍ଷ ମଧ୍ୟରେ ୫୯୫ ବିଲିୟନ ଡଲାର ଏଫ୍‌ଡିଆଇ ଆସିଥିବା ସୀତାରମଣ କହିଛନ୍ତି। ୨୦୨୩ ପର୍ଯ୍ୟନ୍ତ ଭାରତକୁ ବିଗତ ୨୩ ବର୍ଷ ମଧ୍ୟରେ ୯୧୯ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ହାସଲ ହୋଇଛି। ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଦୃଷ୍ଟିରେ ରଖି ସେ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟ ଥିବା ଲୋକଙ୍କ ସଂଖ୍ୟା ୫୦ କୋଟିକୁ ବୃଦ୍ଧି ପାଇଥିବା ବେଳେ ୨୦୧୪ରେ କେବଳ ୧୫ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ରହିଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles