Thursday, June 19, 2025

ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ ସାଂସଦ ମହୁଆ ମୈତ୍ରଙ୍କୁ ନୋଟିସ୍

ନୂଆଦିଲ୍ଲୀ: ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ ସାଂସଦ ମହୁଆ ମୈତ୍ରଙ୍କୁ ନୋଟିସ୍ ଜାରୀ ହୋଇଛି। ପ୍ରଶ୍ନ ପଚାରିବାକୁ ନେଇ ଲାଞ୍ଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବାପରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ଦିଲ୍ଲୀରେ ଥିବା ତାଙ୍କ ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ ନୋଟିସ ଜାରି ହୋଇଛି। ମହୁଆ ମୈତ୍ରଙ୍କୁ ପ୍ରଥମେ ସରକାରୀ ବଂଗଳା ଖାଲି କରିବାକୁ କୁହାଯାଇଥିଲା। ଏହାପରେ ୮ ଜାନୁଆରୀରେ ତାଙ୍କୁ ନୋଟିସ ଜାରି କରି ୩ ଦିନରେ ଘର ଖାଲି କରିବାକୁ ନିର୍ଦ୍ଦେଶ ସହ ବଙ୍ଗଳା ଖାଲି ନକରିବାର କାରଣ ଦର୍ଶାଇବାକୁ କୁହାଯାଇଥିଲା। ଏହାପରେ ମହୁଆ ମୈତ୍ରଙ୍କୁ ପୁଣି ଏକ ନୋଟିସ ଜାରି କରାଯାଇଛି। ଏଥିରେ ସେ ରହୁଥିବା ସରକାରୀ ଘର ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯଆଇଛି। ସାଂସଦ ହେବା ପରେ ଦିଲ୍ଲୀରେ ଏହି ବଂଗଳା ତାଙ୍କୁ ଆବଣ୍ଟିତ କରାଯାଇଥିଲା। କିନ୍ତୁ ସାଂସଦ ପଦ ଯିବା ପରେ ତାଙ୍କୁ ମିଳିଥିବା ସରକାରୀ ବାସଭବନ ଆବଣ୍ଟନକୁ ମଧ୍ୟ ରଦ୍ଦ କରାଯାଇଛି। ଗତ ଡିସେମ୍ବର ୮ ତାରିଖରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ମହଙ୍ଗା ଉପହାର ଗ୍ରହଣ କରି ସଂସଦର ୱେବସାଇଟ୍ ୟୁଜର ଆଇଡି ଏବଂ ପାରୱାର୍ଡ ପ୍ରଘଟ କରିଥିବା ଯୋଗୁଁ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles