Thursday, June 19, 2025

ଡାହାଣୀ ଛଡାଇବା ନାଁ’ରେ ନାବାଳିକାଙ୍କୁ ଦୁଷ୍କର୍ମ: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍

ଭୁବନେଶ୍ୱର: ଡାହାଣୀ ଛଡାଇବା ନାଁ’ ରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ଉଭୟଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ତେବେ, ଜରିମାନା ଅନାଦେୟ ୯ମାସ ଅଧିକ କାରାଦଣ୍ଡ ଭୋଗିିବାକୁ ଆଦେଶରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ ,ତିର୍ତ୍ତୋଲ ଥାନା ଅଞ୍ଚଳରର ନବମ ଶ୍ରେଣୀର ପଢୁଥିବା ଜଣେ ୧୪ ବର୍ଷୀୟା ନାବାଳିକା ଅସୁସ୍ଥ ହୋଇ ପଡିଥିଲେ। ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ହୋଇ ନଥିବାରୁ ତାଙ୍କ ଦେହରେ ଡାହାଣୀ ସବାର ହୋଇଥିବା ନେଇ ପରିବାର ଲୋକ ଆଶଙ୍କା କରିଥିଲେ। ସେହି ତିର୍ତୋଲ ଅଞ୍ଚଳର ଜନୈକ ଗୁଣିଆ ଅକ୍ଷୟ କୁମାର ନାୟକ (୬୪) ଆଲିୟାସ ମଇନ ବାବାଙ୍କୁ ଏ’ ସଂପର୍କରେ ଯେଗାଯୋଗ କରିବାରୁ ସେ ୨୦୧୬ ମସିହା ଜୁଲାଇ ୧୬ ତାରିଖ ଦିନ ନିଜ ସହଯୋଗୀ ପ୍ରଭାତ ମଲ୍ଲିକଙ୍କ ସହିତ ନାବାଳିିକାଙ୍କ ଘରେ ପହଁଚିଥିଲେ। ସେଦିନ ରାତିରେ ଉଭୟ ନାବାଳିକାଙ୍କ ଘରେ ରହିବା ସହିତ ମଧ୍ୟ ରାତିରେ ଡାହାଣୀ ଛଡାଇବାକୁ କହି ନାବାଳିକାଙ୍କ ବାପା ମା’କୁ ଅନ୍ୟ ଘରକୁ ପଠାଇ ଉଭୟ ବାବା ଓ ଶିଷ୍ୟ ଜୋର ଜବରଦସ୍ତ ନାବାଳିକାଙ୍କୁ ରାତିସାରା ଦୁଷ୍କର୍ମ କରିଥିଲେ। ସକାଳେ ଜବାବ ମୁତାବକ ଅର୍ଥ ନେଇ ଉଭୟ ମଇନବାବା ଓ ପ୍ରଭାତ ନିଜ ଘରକୁ ଫେରିଥିଲେ।

ଏହାପରେ ପୁଣିଥରେ ସେହି ମାସର ୨୭ ତାରିଖରେ ଉଭୟ ନାବାଳିକାଙ୍କ ଘରେ ପହଞ୍ଚିଥିଲେ। ତେବେ, ସେମାନଙ୍କୁ ଦେଖି ନାବଳିକା ଜଣକ ଭୟଭିତ ହୋଇ ପଡିଥିଲେ। ସେମାନେ ଭଲ ଲୋକ ନୁହଁନ୍ତି , ତାଙ୍କୁ ଘର ଭିତରକୁ ପୁରାଇ ନଦେବାକୁ ନାବାଳିକା ଜଣକ ତାଙ୍କ ମା’ଙ୍କୁ କହିଥିଲେ। ତେବେ ଏସଂପର୍କରେ ନାବଳିକାଙ୍କୁ ତାଙ୍କ ମା’ ପଚାରିବାରୁ ସେ ନିଜ ସହିତ ଗତ ୧୬ ତାରିଖରେ ଘଟିଥିବା ଘଟଣା ସମ୍ପର୍କରେ କହିଥିଲେ। ସମସ୍ତ ଘଟଣା ପିଡିତାଙ୍କ ଠାରୁ ଶୁଣି ତାଙ୍କ ମା’ ମଇନବାବା ଓ ପ୍ରଭାତକୁ ଅଟକାଇବା ସହିତ ପଡୋଶିଙ୍କୁ ଡାକିଥିଲେ। ତେବେ ଚତୁର ବାବା ମଇନ ଓ ଶିଷ୍ୟ ପ୍ରଭାତ ମଳିକ ଘଟଣା ସ୍ଥଳ ଛାଡି ପଳାୟନ କରିଥିଲେ। ଏ’ ସଂପର୍କରେ ପିଡିତାଙ୍କ ମା’ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ପୁଲିସ କେଶ ନମ୍ବର ୨୫୨/ ୨୦୧୬ରେ ଏକ ମାମଲା ରୁଜୁ କରି ଆସାମୀ ତିର୍ତୋଲ ଥାନା ଅଧିନ ଧୁଆଁପାରୀ ଗ୍ରାମର ମଇନବାବା ଓ ଶିଷ୍ୟ ପାଟକୁରା ଥାନା ଅଧିନ ନଗି ପଡିଆର ପ୍ରଭାତ ମଲ୍ଲିକ (୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ବିଭିନ୍ନ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ମୁଦାଲା ମଇନବାବା ଓ ପ୍ରଭାତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଓ ଜୋରିମାନା ଅନାଦେୟ ଅଧିକ ୯ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ନାବଳିକା ପିଡିତାକୁ ୧୦ ଲକ୍ଷ ଟଙ୍କା ଆର୍ଥୀକ ସହାୟତା ପାଇଁ ଆଇନସେବା ପ୍ରାଧୀକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles