ନୂଆଦିଲ୍ଲୀ: ଏଥର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ଦେବାକୁ ପଡିବ। ଏହି ବର୍ଷଠାରୁ ସିବିଏସଇର ନୂତନ ନିୟମ କାର୍ଯ୍ୟକାରୀ ହେବ। ଛାତ୍ରୀଛାତ୍ରଙ୍କ ଚାପ କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ଟେନସନ ଯୋଗୁଁ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଆତ୍ମହତ୍ୟା କରୁଛନ୍ତି। ଛାତ୍ରୀଛାତ୍ରମାନେ ଏହି ବିକଳ୍ପ ଚୟନ ପାରିବେ। ଦୁଇଥର ପରୀକ୍ଷାର ଉନ୍ନତ ପ୍ରଦର୍ଶନର ସ୍କୋରକୁ ଚୂଡାନ୍ତ ଭାବେ ବିବେଚନା କରାଯିବ। ୨୦୨୪- ୨୫ଶିକ୍ଷାବର୍ଷରୁ ବର୍ଷକୁ ଦୁଇଥର ବୋର୍ଡ ଫର୍ମାଟ ଆରମ୍ଭ ହେବ। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୨୦୨୫ର ବୋର୍ଡ ପରୀକ୍ଷଣରୁ ଏହା ଗ୍ରହଣ କରାଯିବ। ଏହା ବର୍ତ୍ତମାନର ଶ୍ରେଣୀ ନବମ ଓ ଏକାଦଶ ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଭାବଶାଳୀ ହେବ।
ତେବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷାର ନୂତନ ବ୍ୟବସ୍ଥା ବାଧ୍ୟତାମୂଳକ ହେବ ନାହିଁ। ଏହି ନୂତନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରଙ୍କ ଉପରେ ପରୀକ୍ଷା ଚାପ କମାଇବା। ବହୁ ଛାତ୍ରୀଛାତ୍ର ଭୟ କରନ୍ତି ସେମାନଙ୍କର ପରୀକ୍ଷାରେ କେବଳ ଗୋଟିଏ ସୁଯୋଗ ଅଛି। ଯଦି ଜଣେ ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇ ପରୀକ୍ଷାର ଗୋଟିଏ ସେଟରେ ମିଳିଥିବା ମାର୍କ ଉପରେ ସନ୍ତୁଷ୍ଟ, ତେବେ ସେ ପରବର୍ତ୍ତୀ ପରୀକ୍ଷାରେ ନ’ଦେବାକୁ ଚୟନ କରିପାରିବେ। ଶିକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ଉଦ୍ଧୃତ ହୋଇ କୁହାଯାଇଛି ୨୦୨୫ ବୋର୍ଡର ପ୍ରଥମ ପରୀକ୍ଷା ନଭେମ୍ବର- ଡିସେମ୍ବର ୨୦୨୪ରେ ହେବାର ସମ୍ଭାବନା ରହିଛି। ଦ୍ୱିତୀୟ ପରୀକ୍ଷା ଫେବୃଆରୀ- ମାର୍ଚ୍ଚ ୨୦୨୫ରେ ହୋଇପାରେ। ଉଭୟ ପରୀକ୍ଷାର ଶ୍ରେଷ୍ଠ ସ୍କୋର ନେଇ ମେରିଟ ତାଲିକା ପ୍ରସ୍ତୁତ କରାଯିବ।