Thursday, June 19, 2025

ପୂର୍ବ ଜନ୍ମରେ ନିଶ୍ଚିତ ଭାବରେ ମୁଁ କିଛି ଭଲ କର୍ମ କରିଥିବି: କଙ୍ଗନା ରାଣାୱତ

ମୁମ୍ବାଇ: ପୂର୍ବ ଜନ୍ମରେ ନିଶ୍ଚିତ ଭାବରେ ମୁଁ କିଛି ଭଲ କର୍ମ କରିଥିବି, ଯେଉଁଥିପାଇଁ ମୋତେ ଏହି ଦିନ ଦେଖିବାର ସୁଯୋଗ ମିଳିଛି। ଏପରି କହିଛନ୍ତି ବଲିଉଡ୍ ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ। ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶବାସୀ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଅତିଥିଙ୍କ ସୂଚୀରେ ରହିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ। ନିମନ୍ତ୍ରଣ ମିଳିବା ପରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯାଉଥିବା କଥା ନିଶ୍ଚିତ କରି କଙ୍ଗନା କହିଛନ୍ତି, “ମୁଁ ମୋ ଭାବନାକୁ ଶବ୍ଦ ଦେଇ ପାରିବି ନାହିଁ। ମୁଁ ବହୁତ ଖୁସି। ଆରମ୍ଭରୁ ମୁଁ ପ୍ରଭୁ ଶ୍ରୀରାମ ଓ ରାମାୟଣର ଭକ୍ତ ରହି ଆସିଛି। ପୂର୍ବ ଜନ୍ମରେ ନିଶ୍ଚିତ ଭାବରେ ମୁଁ କିଛି ଭଲ କର୍ମ କରିଥିବି, ଯେଉଁଥିପାଇଁ ମୋତେ ଏହି ଦିନ ଦେଖିବାର ସୁଯୋଗ ମିଳିଛି। ଏହା ମୋର ସୌଭାଗ୍ୟ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles