ଭୁବନେଶ୍ୱର: ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ। ଗିରଫ ନିଶା ବେପାରୀର ଜବତ ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଟଙ୍କାକୁ ବାଜ୍ୟାପ୍ତ କରାଯାଇଛି। ୭୪ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ ହୋଇଛି। ବ୍ରାଉନସୁଗର କାରବାର କରି ଗିରଫ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ। ୨୦୨୨ ଜାନୁଆରୀ ୨୫ରେ ଶିବକୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଥିଲା। ତା’ ନିକଟରୁ ୩କିଲୋ ଏକଶହ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହା ସହ ୩ଟି ବିଦେଶୀ ବନ୍ଧୁକ, ୭ ମାଗାଜିନ୍, ୪୩ ରାଉଣ୍ଡ ଗୁଳି ସହ ନଗଦ ୬୫ ଲକ୍ଷ ୩୨ ହଜାର ୨ ଶହ ଟଙ୍କା ମଧ୍ୟ ଜବତ ହୋଇଥିଲା। ଏହି ମାମଲାରେ ଶିବ ସମେତ ୬ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ। ତାଙ୍କ ଠାରୁ ଜବତ ଟଙ୍କା ଓ ବ୍ୟାଙ୍କ ଜମାକୁ ବାଜ୍ୟାପ୍ତ କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ୍। ଏବେ ଏହି ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଅନୁମତି ଦେଇଛନ୍ତି କୋର୍ଟ।