କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାରେ ଶିକାର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ବର୍ଦ୍ଧମାନରୁ କୋଲକାତା ଫେରୁଥିବା ବେଳେ ତାଙ୍କ ଗାଡ଼ି ଦୁର୍ଘଟଣାରେ ଶିକାର ହୋଇଥିବା ଜଣାପଡ଼ିଛି। କୁହୁଡି କାରଣରୁ ଚାଳକ ହଠାତ୍ ବ୍ରେକ୍ ମାରିବାରୁ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଉଛି। ସୂଚନା ଅନୁଯାୟୀ ମମତା ବର୍ଦ୍ଧମାନର ଏକ ସାବଜନୀକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ପ୍ରଥମେ ସେ ହେଲିକପ୍ଟରରେ ଫେରିବେ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ପାଗ ଖରାପ କାରଣରୁ ତାଙ୍କୁ କାରରେ ଆସିବାକୁ ପଡିଥିଲା ଏବଂ ଫେରିବା ବେଳେ ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଥିଲା।