Thursday, June 19, 2025

ଭିଆଇପି ଏବେ ଅଯୋଧ୍ୟା ନ’ଆସନ୍ତୁ: ଯୋଗୀ

ଅଯୋଧ୍ୟା: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟା ନଗରୀରେ ପ୍ରବଳ ଭକ୍ତ ସମାଗମ ହେଉଛି। ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ଅଯୋଧ୍ୟା ନଗରୀ। ଦିନକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରୁଛନ୍ତି। ଲୋକଗହଳିକୁ ଦୃଷ୍ଟିରେ ରଖି ଏବେ ମନ୍ଦିରରେ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି। ଏବେ ସକାଳ ୬’ ରୁ ରାତି ୧୦ଟା ଯାଏଁ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିପାରିବେ। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି। ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଭିଆଇପିଙ୍କୁ ଆଗାମୀ କିଛି ଦିନ ଯାଏଁ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କରିଛନ୍ତି। ସିଏମ ଯୋଗୀ ଭିଆଇପିଙ୍କୁ ଆଗ୍ରହ କରିଛନ୍ତି ଯେ, କିଛିଦିନ ପାଇଁ ଅଯୋଧ୍ୟାକୁ ନ’ଆସନ୍ତୁ। ଯଦି ବି ଆସୁଛନ୍ତି ତେବେ ଆସିବାର ଏକ ସପ୍ତାହ ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କିମ୍ବା ରାଜ୍ୟ ସରକାରଙ୍କୁ ସୂଚନା ଦିଅନ୍ତୁ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles