Thursday, June 19, 2025

ସ୍ତ୍ରୀ ଗଳା କାଟି ନିଜ ଗଳା ନିଜେ କାଟିଦେଲା ସ୍ବାମୀ

ଭୁବନେଶ୍ୱର: ସ୍ତ୍ରୀ ଗଳା କାଟି ନିଜ ଗଳା ନିଜେ କାଟିଦେଲା ସ୍ବାମୀ! ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ରହିଥିବା ବଣ୍ଡାଲଗୁଡା ସାହିରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଶଶୁର ଘରେ କେହି ନଥିବା ବେଳେ ସ୍ଵାମୀ – ସ୍ତ୍ରୀ’ଙ୍କ ମଧ୍ୟରେ କଳି ଝଗଡ଼ାର ଚରମ ପରିଣତି ସ୍ୱରୂପ ସ୍ତ୍ରୀର ଗଳା କାଟିବା ପରେ ନିଜେ ନିଜର ଗଳା କାଟିଦେଲା ସ୍ବାମୀ। ଗଳା କଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ଚିତ୍କାର କରୁଥିଲେ। ପ୍ରଥମେ ସ୍ତ୍ରୀ ପ୍ରାଣ ହାରିବା ପରେ ସାହି ଲୋକ ସ୍ୱାମୀକୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ମାତ୍ର କିଛି ସମୟ ମଧ୍ୟରେ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଖବର ମୁତାବକ ପେଦୀ ବେଣୁ କୁମାରୀ ନିଜ ଘରେ ଥିବା ବେଳେ ସ୍ଵାମୀ ପି କୋଣ୍ଡା ବାବୁଙ୍କ ସହ କୌଣଷି କାରଣରୁ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ତୀବ୍ରତର ହେଲା ଯେ କୋଣ୍ଡା ବାବୁ ଘରେ ରହିଥିବା ଧାରୁଆ ଛୁରି ସାହାଯ୍ୟରେ ହଠାତ ବେଣୁ କୁମାରୀଙ୍କ ଗଳା କାଟି ଦେଇଥିଲା। ଏହାପରେ ବେଣୁ କୁମାରୀଙ୍କ ରକ୍ତସ୍ରାବ ଦେଖି ବିଚଳିତ ହୋଇ ନିଜର ଗଳା ମଧ୍ୟ କାଟି ଦେଇଥିଲେ କୋଣ୍ଡା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles