ଭୁବନେଶ୍ୱର: ଅନ୍ଧ ହୋଇ ଜନ୍ମ ହେବା ଜଣଙ୍କ ପାଇଁ ନିଶ୍ଚିତ ଏକ ବଡ଼ ଅଭିଶାପ। ତେବେ, ମଣିଷ କ୍ଷେତ୍ରରେ ଜଣେ ଅନ୍ଧକୁ ହୁଏତ ଏକ ଛୋଟା ମଧ୍ୟ ବାଟ ଦେଖାଇଦେଇ ପାରେ। କିନ୍ତୁ, ପଶୁ କ୍ଷେତ୍ରରେ? ପଶୁଟିଏ ଯଦି ଅନ୍ଧ ହୋଇ ଜନ୍ମ ହୁଏ ତାକୁ ବାଟ ଦେଖାଇବ କିଏ? ଏପରି ଏକ ଛୋଟ କୁକୁର ଛୁଆଟିଏ ଦେଖିବାକୁ ମିଳିଲା ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତ ଅଞ୍ଚଳରେ। କୁକୁରଟିର ସବୁ ଠିକ୍ ଥିଲା। ହେଲେ ଦୁଇ ଆଖିପତା ବନ୍ଦ୍ ହୋଇ ରହିଥିଲା। ସେ କିଛି ଦେଖିପାରୁନଥିଲା। ତାକୁ ବାଟ ଦେଖାଇବ କିଏ? କୁଆଡ଼େ ଯିବ? କଣ ଖାଇବ? ଏମିତିରେ ସେ କେଉଁ କାମକୁ ନୁହେଁ, ତେଣୁ କେହି ବା କାହିଁକି ତାକୁ ନେଇ ପୋଷିବ? ମାଗଣାଟାରେ ଖାଇବାକୁ ଦେବ? ତେବେ ଗ୍ରାମର କିଛି ସହୃଦୟ ବ୍ୟକ୍ତି ଚେଷ୍ଟା କଲେ କିପରି କୁକର ଛୁଆଟି ବଞ୍ଚିଯାଉ। ତା’ ପାଇଁ ଆଶ୍ରୟ ବ୍ୟବସ୍ଥା କଲେ। ଖାଇବାକୁ ଦେଲେ, ହେଲେ ସେ ଖାଇଲାନି। ତାକୁ ଧରି କ୍ଷୀର ପିଆଇ ଦେଲେ ସେହି ବ୍ୟକ୍ତିମାନେ। ସେମାନେ ସେମାନଙ୍କ ହୃଦୟପଣ ଦେଖାଇଲେ। କୁକୁରଟିକୁ ବଞ୍ଚାଇ ରଖିବା ପାଇଁ ଯଥାସାଧ୍ୟ ଉଦ୍ୟମ କଲେ। ହେଲେ ନିୟତି ତା’ର ଭାଗ୍ୟରେ ଯାହା ଲେଖିଛି, ତାହା ହିଁ ହେଲା। ଛୁଆ କୁକୁରଟି ଆଉ ସଙ୍ଘର୍ଷ କରି ନପାରି ମରିଗଲା।କିନ୍ତୁ, ଏମାନଙ୍କ ନିଃସ୍ୱାର୍ଥପର ସେବା, ଏମାନଙ୍କ ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ। ଦେଖନ୍ତୁ ଭିଡିଓ ..