ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ଓଡ଼ିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍) ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହା ସହ ସଂଘର ପ୍ରାନ୍ତ (ପୂର୍ବ) କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନୂତନ ପ୍ରାନ୍ତ ପଦାଧିକାରୀ ଘୋଷଣା ହୋଇଯାଇଛି।
ପ୍ରାନ୍ତ ସଂଘଚାଳକ- ସମୀର କୁମାର ମହାନ୍ତି
ସହ- ପ୍ରାନ୍ତ ସଂଘଚାଳକ ମନସୁଖଲଲ ସେଠିଆ
ପ୍ରାନ୍ତ କାର୍ଯ୍ୟବାହ – ଡ. ଅନିଲ କୁମାର ମିଶ୍ର
ସହ- ପ୍ରାନ୍ତ କାର୍ଯ୍ୟବାହ- ସୁଦର୍ଶନ ଦାସ
ସହ- ପ୍ରାନ୍ତ କାର୍ଯ୍ୟବାହ- ରବି ନାରାୟଣ ପଣ୍ଡା
ପ୍ରାନ୍ତ ପ୍ରଚାରକ- ବିପିନ ପ୍ରସାଦ ନନ୍ଦ
ସହ- ପ୍ରାନ୍ତ ପ୍ରଚାରକ- ସୃଷ୍ଟିଧର ବିଶ୍ବାଳ
ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ- ବସନ୍ତ କୁମାର ମଲ୍ଲିକ
ସହ- ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ- ରଣଜିତ ସିଂ
ପ୍ରାନ୍ତ ବୌଦ୍ଧିକ ଶିକ୍ଷଣ ପ୍ରମୁଖ- ତନ୍ମୟ କୁମାର ମହାପାତ୍ର
ସହ- ପ୍ରାନ୍ତ ବୌଦ୍ଧିକ ଶିକ୍ଷଣ ପ୍ରମୁଖ- ବିଶ୍ବମ୍ଭର ପାଣି
ପ୍ରାନ୍ତ ବ୍ଯବସ୍ଥା ପ୍ରମୁଖ- ମନୋରଞ୍ଜନ ପାତ୍ର
ପ୍ରାନ୍ତ ସେବା ପ୍ରମୁଖ- ସାନ୍ତନୁ ମାଝି
ସହ- ପ୍ରାନ୍ତ ସେବା ପ୍ରମୁଖ- ବେଲେଶ୍ୱର ସାହୁ
ପ୍ରାନ୍ତ ସମ୍ପର୍କ ପ୍ରମୁଖ- ସର୍ବେଶ୍ଵର ବେହେରା
ସହ- ପ୍ରାନ୍ତ ସମ୍ପର୍କ ପ୍ରମୁଖ- ବସନ୍ତ ପତି
ପ୍ରାନ୍ତ ପ୍ରଚାର ପ୍ରମୁଖ- ସୁମନ୍ତ କୁମାର ପଣ୍ଡା
ଏଥିସହିତ ଶରତ ସେନ୍, ପ୍ରଭାତ କୁମାର ସାହୁ ଏବଂ ମନୋଜ ଚୌଧୁରୀ ୩ ଜଣ କେନ୍ଦ୍ରୀୟ ପ୍ରତିନିଧିଭାବେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ନିର୍ବାଚନ ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଏହି ନିର୍ବାଚନରେ ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରାସଦ ସାହୁ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବେଳେ ଡ. ଭଗବାନ ତ୍ରିପାଠୀ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ। ସମୀର କୁମାର ମହାନ୍ତି ପ୍ରାନ୍ତ ସଂଘଚାଳକ ଭାବେ ନିର୍ବାଚିତ ହେବା ପରେ ସେ ତାଙ୍କର ନୂତନ ପ୍ରାନ୍ତ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି। ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ନୂତନ କାର୍ଯ୍ୟକାରିଣୀରେ ମୋଟ ୨୦ ସଦସ୍ୟ ମନୋନୀତ ହୋଇଥିବା ବେଳେ ଗତିବିଧି କାର୍ଯ୍ୟପାଇଁ ୭ ଜଣ ଏବଂ ନିମନ୍ତ୍ରିତ ସଦସ୍ୟ ଭାବେ ୨ ଜଣ ମନୋନୀତ ହୋଇଛନ୍ତି।