ଭୁବନେଶ୍ୱର: ପାଣି ବିନା ଜୀବନ ପ୍ରତି ସଙ୍କଟ ତ’ ରହିଥାଏ, ବ୍ୟକ୍ତି ଏବଂ ଦେଶର ବିକାଶ ମଧ୍ୟ ବନ୍ଦ ହୋଇଯାଏ। ଭବିଷ୍ୟତର ଏହି ଆହ୍ୱାନକୁ ଧ୍ୟାନରେ ରଖି ମୋଦୀ ସରକାର ସାରା ଦେଶରେ ପ୍ରାୟ ୫୦ ହଜାର ତଥା ପ୍ରତି ଜିଲ୍ଲାରେ ହାରାହାରୀ ୭୫ଟି ଅମୃତ ସରୋବର ନିର୍ମାଣ କରିବାର ପରିକଳ୍ପନା କଲେ। ଅମୃତ ସରୋବର ଯୋଜନା ପାଇଁ ନିୟମ ରହିଲା ଅତି କମରେ ଏକ ଏକର ଜାଗାରେ ୧୦ ହଜାର ଘନ ମିଟର ଜଳ ଧାରଣ କ୍ଷମତା ବିଶିଷ୍ଟ ନୂତନ ଜଳାଶୟ (ପୋଖରୀ) ଖୋଲାଯିବ। ଯଦି ନୂତନ ଜଳାଶୟ ଖନନ କରିବାରେ ଅସମର୍ଥ, ତେବେ ବିଦ୍ୟମାନ ଥିବା କୌଣସି ପୋଖରୀ ଖନନ କରି ଅମୃତ ସରୋବର ନିର୍ମାଣ କରିପାରିବେ। ନିୟମ ଅନୁଯାୟୀ, ଅମୃତ ସରୋବର ସ୍ଥାନକୁ ସ୍ୱତନ୍ତ୍ର ଗ୍ରାମ ସଭା ଅନୁମୋଦନ କରିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଏହି କାମ ହେବ। ୨୪ ଏପ୍ରିଲ ୨୦୨୪ରେ ଆରମ୍ଭ ହୋଇଥିବା ଏହି ଅମୃତ ସରୋବର ଯୋଜନା ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ସମ୍ପର୍ଣ୍ଣ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଥିଲା।
ତେବେ, ଓଡ଼ିଶାରେ ଏହି ଅମୃତ ସରୋବର ଯୋଜନା କିପରି “ସରକାରୀ ମାଲ୍ ଦରିଆ ମେ ଡାଲ୍” ସଦୃଶ୍ୟ ହୋଇଛି ହୋଇଛି ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତରେ। ଗୋଳବାଇ ଗ୍ରାମରେ ଅମୃତ ସରୋବର ଯୋଜନାରେ କୌଣସି ନୂତନ ପୋଖରୀ ଖୋଳା ନଯାଇ ବିଦ୍ୟମାନ ଥିବା ଏକ ପୋଖରୀ “ବଡ଼ଝର”କୁ ଖୋଳି କରାଗଲା ଅମୃତ ସରୋବର। ପ୍ରକଳ୍ପ ଅଟକଳ ପରିମାଣ ୧୦ ଲକ୍ଷ ଟଙ୍କା। କାର୍ଯ୍ୟ ନିର୍ବାହୀ ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତ। ତେବେ, କାର୍ଯ୍ୟ ସରିବା ପରେ ଭୁଶୁଡ଼ି ପଡ଼ିଛି ଅମୃତ ସରୋବର ପୋଖରୀ ପାଚିରୀ। ଏହା ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା। କେନ୍ଦ୍ର ସରକାରଙ୍କ ଅନୁଦାନକୁ ଏପରି ରୂପାନ୍ତରୀକରଣ କରୁଛନ୍ତି ନବୀନ୍ ସରକାର। ଏହା କ’ଣ 5t- ମୋ ସରକାରଙ୍କ ରୂପାନ୍ତରୀକରଣ ଯୋଜନା? କାହା ଆଖି ଏଠି ଅନ୍ଧ? କାହାକୁ ଏଠି ଦେଖାଯାଉନି ରୂପାନ୍ତରୀକରଣ? ପ୍ରତି ପଞ୍ଚାୟତରେ କଣ ଏପରି ରୂପାନ୍ତରୀକରଣ ଯୋଜନା କଥା କହୁଛନ୍ତି କି ମୋ ସରକାରଙ୍କ 5t ଅଧ୍ୟକ୍ଷ?