ଭୁବନେଶ୍ୱର: “ଆମ ଓଡ଼ିଶା – ନବୀନ୍ ଓଡ଼ିଶା ତଥା 5t” ପକ୍ଷରୁ ରାଜ୍ୟ ସରକାର ଏବେ ଦେଉଛନ୍ତି ମାଗଣା ବ୍ୟାଗ୍। ତେବେ, ଏହାକୁ ନେଇ ବିବାଦ ଏବଂ ରାଜନୀତି ଏବେ ଜୋର୍ ଧରିଛି। ବିଭିନ୍ନ ସ୍ଥାନରେ ବିରୋଧୀ ଦଳ ତଥା ସାଧାରଣ ଲୋକଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଖାଲି ବ୍ୟାଗ୍ ଦେଇ ଭଣ୍ଡାଉଛି ବିଜେଡି ସରକାର। ମୋଦୀ ସରକାର ସଂପୂର୍ଣ୍ଣ ଭାବରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଉଥିବା ବେଳେ “ଆମ ଓଡ଼ିଶା – ନବୀନ୍ ଓଡ଼ିଶା 5t” ଲୋଗୋ ଲଗା ବ୍ୟାଗ୍ ଧରେଇ ଦେଇ ଗରିବଙ୍କୁ ଠକୁଛି ନବୀନ୍ ସରକାର ବୋଲି ବିରୋଧୀ ଅଭିଯୋଗ କରୁଛି। ବିଭିନ୍ନ ସ୍ଥାନରେ ବିରୋଧୀ ଦଳ ତଥା ସାଧାରଣ ଲୋକଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉଛି। କେଉଁଠି ବ୍ୟାଗ୍ ଫୋପାଡ଼ି ଦିଆଯାଉଛି ତ’ କେଉଁଠି ପୋଡ଼ି ଦିଆଯାଉଛି।
ଦେଖନ୍ତୁ ଏହି ରିପୋର୍ଟ ..