Thursday, June 19, 2025

ଭତ୍ତା ପାଇବା ପାଇଁ ଭୋଗିବାକୁ ପଡ଼ୁଛି ବଡ଼ ଯନ୍ତ୍ରଣା: କେବେ ମିଳିବ ଏ’ ଭତ୍ତା ଯନ୍ତ୍ରଣାରୁ ମୁକ୍ତି?

ଭୁବନେଶ୍ୱର: ରାସ୍ତା ଉପରେ ବସିଥିବା ଏହି ବୃଦ୍ଧ ଜଣଙ୍କୁ ଦେଖନ୍ତୁ। ପୁଣି ଦେଖିବାକୁ ମିଳିଛି ଭତ୍ତା ଯନ୍ତ୍ରଣାର ଏକ ଜ୍ୱଳନ୍ତ ଉଦାହରଣ। ୭ ଶହ ଟଙ୍କା ଭତ୍ତା ପାଇଁ ପରିଣତ ବୟସରେ ଅଧା ନଇଁ ନଇଁ ବାଡ଼ିଟିଏ ଧରି, ବ୍ୟାଙ୍କ ଶାଖାକୁ ଆସୁଛନ୍ତି ଏହି ବୃଦ୍ଧ। ଟିକିଏ ଚାଲିଲେ ଟିକେ ବସୁଛନ୍ତି। ବଡ଼ କଷ୍ଟରେ ବ୍ୟାଙ୍କ ଶାଖାରେ ପହଞ୍ଚିବା ପରେ ଅନେକ ସମୟରେ ଫିଙ୍ଗରପ୍ରିଣ୍ଟ ମିଶି ପାରୁନଥିବାରୁ ଟଙ୍କା ନ’ପାଇ ଫେରୁଛନ୍ତି ବୃଦ୍ଧ ଜଣଙ୍କ। ଏ’ ହେଲେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଟସାହି ଗ୍ରାମର ଶିବ ସାହୁ। ପୂରା ନାଁ ହେଲା ସଦାଶିବ ସାହୁ। ବୟସ ତାଙ୍କର ୮୮। ଘରେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ। ସ୍ତ୍ରୀଙ୍କୁ ତାଙ୍କର ଠିକ୍ ଭାବରେ ଶୁଭାଯାଏ ନାହିଁ। ପୁଅ, ଝିଅ କେହି ନାହାଁନ୍ତି। ତେଣୁ ଭତା ନେବା ପାଇଁ ବ୍ୟାଙ୍କ ଶାଖାକୁ ତାଙ୍କୁ କେହି ଆଣିବାକୁ ନାହାଁନ୍ତି। ତେଣୁ ପତ୍ନୀଙ୍କୁ ସାଙ୍ଗରେ ଧରି ଭତ୍ତା ପାଇଁ ଆସନ୍ତି ସଦାଶିବ। ହେଲେ, ଫିଙ୍ଗରପ୍ରିଣ୍ଟ ମିଶି ପାରୁନଥିବାରୁ ତାଙ୍କୁ ଅନେକ ଥର ଫେରିବାକୁ ପଡ଼େ।

ବ୍ୟାଙ୍କ ଶାଖାରୁ ଭତ୍ତା ଟଙ୍କା ଦେବାରେ ସମସ୍ୟା ସୃଷ୍ଟି ହେବାରୁ ସିଧାସଳଖ ପଞ୍ଚାୟତରୁ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଗଲା। ତେବେ, ଗୋଳବାଇ ଗ୍ରାମର ଏପରି ଜଣେ ଅସହାୟ ବୃଦ୍ଧ, ଯାହାର ପୁଅଝିଅ ମଧ୍ୟ କେହି ନାହାଁନ୍ତି। ଏମିତିରେ ତାଙ୍କ ଘରେ ନେଇ ଭତ୍ତା ଟଙ୍କା ପହଞ୍ଚାଇ ଦେବା କଥା। କିନ୍ତୁ, ବଡ଼ ପରିତାପର ବିଷୟ ଭତ୍ତା ପାଇଁ ତାଙ୍କୁ ସହିବାକୁ ପଡ଼ୁଛି ଏତେ ଯନ୍ତ୍ରଣା। କିଏ ଏଥିପାଇଁ ଦାୟୀ? ଆଉ କେବେ ମିଳିବ ତାଙ୍କୁ ଏ’ ଭତା ଯନ୍ତ୍ରଣାରୁ ମୁକ୍ତି?

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles