Thursday, June 19, 2025

ବିଜେପି – ବିଜେଡି ମେଣ୍ଟ ପାଇଁ କିଏ ସବୁଠୁ ଅଧିକ ଆଗ୍ରହୀ?

ଭୁବନେଶ୍ୱର: ଏବେ କିଛି ଦିନ ହେଲା ବିଜେପି – ବିଜେଡି ଭିତରେ ମେଣ୍ଟ ହେବା ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ମେଣ୍ଟ ହେବ କି ନାହିଁ ନେଇ ହଁ, ନାଇଁର ଖେଳ ଚାଲିଛି। ଉଭୟ ଦଳର ନେତା କେତେବେଳେ ହାଲକାରେ ସ୍ୱୀକାର କରୁଛନ୍ତି ତ’ ପୁଣି କେତେବେଳେ ଗୁଜବ କହି ପରସ୍ପର ଉପରେ ଦୋଷ ଦେଉଛନ୍ତି।ମେଣ୍ଟ ହେବା ନେଇ ହୁଏତ ରାଜ୍ୟ ବିଜେପି ଚାହୁଁ ନଥାଇପାରେ, କିନ୍ତୁ ମେଣ୍ଟ ହେବା ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସଂପୂର୍ଣ ମିଛ କହିଛନ୍ତି। ମେଣ୍ଟ ହେଉ ଅବା ନହେଉ, କିନ୍ତୁ ମେଣ୍ଟ ହେବା ନେଇ ଉଭୟ ଦଳ ମଧ୍ୟରେ କସରତ ଯେ ହୋଇଛି ଏହା ନିଶ୍ଚିତ। ତେବେ, ମେଣ୍ଟ ହେବା ନେଇ ପ୍ରଚାର ଏକ ଗୁଜବ ଏବଂ ଏହି ପ୍ରଚାର ପ୍ରତିପକ୍ଷ କରିଛି ବୋଲି ଉଭୟ ଦଳ ନେତା କହୁଛନ୍ତି। ବିଶେଷ କରି ମେଣ୍ଟ ହେବା ନେଇ 5t ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ବେଶୀ ଚାହୁଁଥିବା ଅନେକ ବିଜେପି କାର୍ଯ୍ୟକର୍ତ୍ତା କହୁଛନ୍ତି। ବାସ୍ତବରେ ଏହା ସଂପୂର୍ଣ୍ଣ ଭୁଲ୍। ମେଣ୍ଟ ହେବା ନେଇ ଯଦି ସବୁଠାରୁ କେହି ଆଗ୍ରହୀ ଥାଆନ୍ତି ସେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କେନ୍ଦ୍ରରେ ଅଧିକରୁ ଅଧିକ ଲୋକସଭା ଆସନ ଜିତିବାକୁ ଚାହୁଁଛନ୍ତି ମୋଦୀ। ଏନଡିଏର କାୟା ବିସ୍ତାର ହେଉ ବୋଲି ଚାହୁଁଛନ୍ତି ମୋଦୀ। କଂଗ୍ରେସ ସମେତ ଆପ୍, ଟିଏମସି, ଏସପି, ବିଏସପି, ଆରଜେଡି, ଶିବସେନା ଆଦି ମୋଦୀଙ୍କ ବିରୋଧରେ ଚକ୍ରବ୍ୟୁହ ରଚୁଛନ୍ତି। ଏପରି ସ୍ଥିତିରେ ଇଣ୍ଡିଆ ମେଣ୍ଟ ଛିଡ଼ୁ ଏବଂ ଏନଡିଏ ମେଣ୍ଟ ବଢୁ ବୋଲି ମୋଦୀ ଚାହିଁବା ସ୍ଵଭାବିକ। ଏମିତିରେ ନରେନ୍ଦ୍ର ମୋଦୀ ଓଡ଼ିଶା ବିଜେପି ନେତାଙ୍କୁ ଅନେକ ସୁଯୋଗ ଦେଇଛନ୍ତି। କିନ୍ତୁ ପ୍ରତିବଦଳରେ ମୋଦୀଙ୍କୁ ସେପରି କିଛି ଦେଇ ପାରି ନାହାଁନ୍ତି ଓଡ଼ିଶା ବିଜେପି ନେତା। ମୋଦୀ ଅନେକ ସୁଯୋଗ ଦେବା ସତ୍ତ୍ୱେ ଓଡ଼ିଶା ବିଜେପି ନେତା ଓଡ଼ିଶାରେ ବିଜେପି ସରକାର କରିବାରେ ବିଫଳ ହୋଇଛନ୍ତି। ଏମିତିରେ ବିଜେଡି ଏନଡିଏ ମେଣ୍ଟରେ ନଥାଇ ମଧ୍ୟ ପ୍ରତ୍ୟେକ ଜରୁରୀ ସମୟରେ ମୋଦୀ ସରକାରକୁ ସମର୍ଥନ ଦେଇଛନ୍ତି ନବୀନ ସରକାର। ତେଣୁ, ଏପରି ସ୍ଥିତିରେ ବିଜେଡି ଏନଡିଏରେ ସାମିଲ ହେଉ ଏବଂ ଓଡ଼ିଶାରେ ବିଜେପି – ବିଜେଡି ମେଣ୍ଟ ହେଉ ବୋଲି ସବୁଠାରୁ ଆଗ୍ରହୀ ଅଛନ୍ତି ମୋଦୀ। ଏହା ନିରାଟ ସତ୍ୟ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles