ଖୋର୍ଦ୍ଧା: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ବିଜେପି – ବିଜେଡି ମେଣ୍ଟ ହେବ କି ନାହିଁ ନେଇ ଅନିଶ୍ଚିତତା ଲାଗି ରହିଛି। ଉଭୟ ଦଳର ନେତା ଏବଂ କାର୍ଯ୍ୟକର୍ତ୍ତା ମେଣ୍ଟ ଦ୍ଵନ୍ଦ ଭିତରେ ଆଶା ଓ ଆଶଙ୍କା ଭିତରେ ଅଛନ୍ତି। ତେବେ, ଏହା ଭିତରେ ମେଣ୍ଟ ହେଉ ବା ନ’ହେଉ ନିଜ ସଂସଦୀୟ କ୍ଷେତ୍ର ଭୁବନେଶ୍ୱରରେ ନିଜ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି କ୍ରମରେ ଗୁରୁବାର ଦିନ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମେଶ୍ୱର ଗ୍ରାମରେ ଜନ ସଂପର୍କ ପଦଯାତ୍ରା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ତେବେ, ବାହୁବଳୀଙ୍କ ସହ ସାଂସଦଙ୍କୁ ଦେଖି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମଧ୍ୟ ଏକ ଭିନ୍ନ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ରାମନିଧି ମନ୍ଦିର ପରିଦର୍ଶନ କରିବା ସହ ସାଂସଦ କଲ୍ୟାଣ ପାଣ୍ଠି ଦ୍ୱାରା ଲାଗିଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉଦ୍ଘାଟନ କରିଥିଲେ ଅପରାଜିତା ଷଡ଼ଙ୍ଗୀ।
ଏହି କାର୍ଯ୍ୟକ୍ରମରେ ଯୁବାନେତ୍ରୀ ସୁଚିସ୍ମିତା ମିଶ୍ର ବଡ଼ଜେନା, ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ, ଯୁବନେତା ଚିତ୍ତରଞ୍ଜନ ତ୍ରିପାଠୀ, ସଞ୍ଜୀବ କୁମାର ପାହଡ଼ାସିଂହ, ଅଜୟ କୁମାର ପାଇକରାୟ, କୈଳାଶ ସାହୁ, ଅଜୟ କୁମାର ପାତ୍ର, ଧନଞ୍ଜୟ ପାଟଶାଣୀ, ଅନୀଲ ପଟ୍ଟନାୟକ, ସ୍ୱର୍ଣ୍ଣଲତା ମୁଦୁଲି, ଗୀତାଞ୍ଜଳୀ ପ୍ରଧାନ, କାମିନୀ ଦଳେଇ, ସଦାଶିବ ମଙ୍ଗରାଜ, କେଦାର ସାହୁ, ଦିଲ୍ଲୀପ ସ୍ୱାଇଁ ପ୍ରମୂଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।