ଭୁବନେଶ୍ବର: କନ୍ଧମାଳରେ ଦରିଦ୍ର, ଅଶିକ୍ଷିତ ଏବଂ ଅନଗ୍ରସର ଅନୁସୂଚିତ ଜନଜାତି ଏବଂ ଦଳିତଙ୍କ ଉତ୍ଥାନ ନିମନ୍ତେ କାର୍ଯ୍ୟକରୁଥିବା ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଚାଲୁଥିବା ବେଳେ ସଂଧ୍ଯା ୭ଟା ୩୦ ମିନିଟ ସମୟରେ ଆତତାୟୀମାନେ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ଭିତ ଭିତରେ ପଶି ଆଖବୁଜା ଗୁଳି ଚଳାଇ ନିର୍ମମ ଭାବେ ହତ୍ୟା କରିଥିଲେ। ସ୍ଵାମୀଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସ୍ମୃତି ନ୍ୟାସ ଗଠନ କରାଯାଇ ଏହି ଦିନକୁ ବଳିଦାନ ଦିବସ ରୂପେ ପାଳନ କରାଯାଉଛି। ଚଳିତ ବର୍ଷ ସ୍ଵାମୀ ଜୀ’ଙ୍କ ସ୍ମୃତି ସ୍ମରଣ ନିମନ୍ତେ ଭୁବନେଶ୍ଵରରେ ଏକ ବିଶାଳ ଗଣଦୌଡ଼ ଆୟୋଜନ କରାଯାଇଛି। ଯାହା ସ୍ଵାମୀଜୀଙ୍କ ତ୍ୟାଗ, ତପ ତପସ୍ୟା ବଳିଦାନର ଗାଥା ଆଜିର ଆଜି ଯୁବପୀଢିଙ୍କୁ ପ୍ରେରଣା ଦେବ ବୋଲି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସ୍ମୃତି ନ୍ୟାସ ଚେୟାରମ୍ୟାନ୍ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ ପ୍ରକାଶ କରିଛନ୍ତି। ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ କହିଛନ୍ତି ଯେ, ଏହି ଗଣଦୌଡ ଅଗଷ୍ଟ ୨୬ ତାରଖ ପବିତ୍ର ଜନ୍ମାଷ୍ଟମୀ ଦିନ ସକାଳ ୭ ଘଟିକା ସମୟରେ ଭୁବନେଶ୍ଵର ୟୁନିଟ- ୩, ରାମମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ନିକଟରୁ ଆରମ୍ଭ ହେବ। ୫୦୦୦ରୁ ଉର୍ଦ୍ଧ୍ବ ଯୁବଶକ୍ତି ଶକ୍ତିଙ୍କ ଏହି ବିଶାଳ ଗଣଦୌଡ ମାଷ୍ଟର କ୍ୟାଟିଂନ, ଅଶୋକ ନଗର, ରାଜମହଲ ହୋଇ ପୁଣି ନିଗମାନନ୍ଦ ଆଶ୍ରମ ନିକଟରେ ପହଁଚିବ।
ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ କହିଛନ୍ତି ଯେ, ପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ୧୯୬୮ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୋଜନାରେ କନ୍ଧମାଳ ଜିଲ୍ଲାକୁ ଯାଇ ଚକାପାଦ ଯାଇ ଯାଇଥିଲେ। ସେଠାରେ ଚକା ଆଶ୍ରମ ଆରମ୍ଭ କରିଥିଲେ। ଚକାପାଦରେ ଛାତ୍ରମାନଙ୍କୁଙ୍କୁ ଅଧ୍ୟୟନ, ଗୋ- ଆଧାରିତ କୃଷି ବିଷୟରେ ଶିକ୍ଷା ଦେଇ ଦୁଇ ସେମାନଙ୍କୁ ସାର୍ମର୍ଥ୍ୟ ଓ ସ୍ଵାବଲମ୍ବୀ କରିଥିଲେ। ଛାତ୍ରଙ୍କ ମଧ୍ୟରେ ଗାଁ’ ଗାଁ’ରେ କୀର୍ତ୍ତନମଣ୍ଡଳୀ, ଗାଁ’ ଲୋକମାନଙ୍କ ନିମନ୍ତେ ଭାଗବତ ପଠନ ପାଇଁ ଭାଗବତ ଟୁଙ୍ଗୀ ଓ ରାତ୍ରି ପାଠଶାଳାର ବ୍ୟବସ୍ଥା କରିଥିଲେ। ଜଳେଶପଟ୍ଟାର ତୁମୁଡିବନ୍ଧ ଠାରେ ବାଳିକା ମାନଙ୍କ ପାଇଁ ଏକ କନ୍ୟାଶ୍ରମ ମଧ୍ଯ ସ୍ଥାପନ କରିଥିଲେ। ସାମୀଜୀଙ୍କ ଲକ୍ଷ୍ୟ ଥିଲା ଜଣେ ମା’ ଶିକ୍ଷିତ ସଂସ୍କାରିତ ହୋଲେ, ସେ ସମାଜ ପରିବର୍ତ୍ତନରେ ସୂତ୍ରଧର ହେବ ହେବ ଏବଂ ବିଧର୍ମୀମାନଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ସୁଯୋଗ ଦେବ ନାହିଁ। ସ୍ଵାମୀଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଏହା ତାଙ୍କ କାର୍ଯ୍ୟକଳାପ ଦ୍ବାରା ସ୍ପଷ୍ଟ ଭାବରେ ପ୍ରତ୍ୟେୟମାନ ହୋଇଛି। ସେ ନିଜର ଗତିବିଧି ମାଧ୍ୟମରେ କନ୍ଧମାଳ ଲୋକଙ୍କର ଜୀବନଶୈଳୀରେ ଆମୂଳଚୂଳ ପରିବର୍ତ୍ତନ ଆଣିଦେଇଥିଲେ। ସ୍ଵାମୀଜୀ ୪ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟଧରି ସଂପୃକ୍ତ ଅଞ୍ଚଳର ସାମାଜିକ, ଧାର୍ମିକ ଓ ଅର୍ଥନୈତିକ ବିକାଶଲାଗି ନିରବଚ୍ଛିନ୍ନଭାବେ କାର୍ଯ୍ୟକରିବା ସହିତ ସେମାନଙ୍କୁ ସଶକ୍ତକରି ଠିଆ କରିବା ପାଇଁ ପାଇଁ ପ୍ରୟାସ କରିଚାଲିଥିଲେ।
ସ୍ଵାମୀ ମୁକ୍ତାନନ୍ଦ ପୁରୀ କହିଛନ୍ତି ଯେ, ସ୍ଵାମୀଜୀଙ୍କୁ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରିଖ ହତ୍ୟାକରାଗଲା ଗଲା। ଏହା ପୂର୍ବରୁ ତାଙ୍କ ଉପରେ ୮ ଥର ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜୁଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ର ତଦନ୍ତ କମିସନ ଗଠନ କରି କରିଥିଲେ। ୨୦୧୨ ମସିହାରେ ଜଷ୍ଟିସ ମହାପାତ୍ରଙ୍କର ଦେହାନ୍ତ ପରେ ସରକାର ଜଷ୍ଟିସ ଏ ଏସ୍ ନାଇଡ଼ୁଙ୍କ ଅଧ୍ଯକ୍ଷତାରେ ଗଠିତ କମିସନ୍କୁ ତଦନ୍ତ ଦାୟିତ୍ଵ ପ୍ରଦାନ କରିଥିଲେ। ନାଇଡ଼ୁ କମିସନ ୨୦୧୫ ଡିସେମ୍ବର ୨୨ ତାରିଖରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ, ଏହା ମଧ୍ୟରେ ୯ ବର୍ଷ ପୂରିବାକୁ ବସିଥିବା ବେଳେ ଏହି ତଦନ୍ତ ରିପୋର୍ଟ ନାଲିଫିତା ତଳେ ରହିଛି। ସେହିଭଳି ୨୦୦୭ ମସିହା ଡିସେମ୍ବର ୨୪ରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଦାରିଙ୍ଗିବାଡ଼ିର ବ୍ରାହ୍ମଣୀଗାଁକୁ ଏକ ଯଜ୍ଞ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଦାସିଂବାଡ଼ି ଠାରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ସ୍ଵାମୀଜୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ମଧ୍ଯ ରାଜ୍ୟ ସରକାର ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ତଦନ୍ତ କମିସନ ବସାଇଥିଲେ। ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ତଦନ୍ତ କମିସନ ରିପୋର୍ଟ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଉକ୍ତ ତଦନ୍ତ ରିପୋର୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ। ନବୀନ ସରକାର ସରକାର ସମସ୍ତ ତଦନ୍ତ ରିପୋର୍ଟକୁ ଚପାଇ ରଖୁଥିଲେ। ଏଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ମନରେ କ୍ଷୋଭ ଓ ଆକ୍ରୋଶ ଭରି ରହିଛି। ଅଗଷ୍ଟ ୨୬ ତାରିଖ ଆସନ୍ତା ଜନ୍ମାଷ୍ଟମୀରେ ହେବାକୁଥିବା ଗଣଦୌଡରେ ସ୍ଵାମୀଜୀଙ୍କ ତ୍ୟାଗ, ତପସ୍ୟା ବଳିଦାନର ଗାଥା ଯାହାକି ଆଜିର ଯୁବପୀଢିଙ୍କୁ ପ୍ରେରଣା ଦେବ ସେଥିପାଇଁ ସମସ୍ତ ଯୁବଶକ୍ତି ସଂକଳ୍ପ ନେବେ। ଏଥି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସ୍ମୃତି ନ୍ୟାସର ମ୍ୟାନେଜିଂ ଟ୍ରଷ୍ଟି ମନସୁଖଲାଲ ସେଠିଆ ମଧ୍ୟ ଉପସ୍ଥିତ ଥିଲେ।