Wednesday, June 18, 2025

ଯେଉଁ ରାଷ୍ଟ୍ରରେ ଜ୍ଞାନର ପୁଞ୍ଜି ଅଛି, ସେହି ରାଷ୍ଟ୍ର ଅଗ୍ରଗତି କରିବାକୁ ସେତିକି ସମର୍ଥ: ରାଜ୍ୟପାଳ

ଭୁବନେଶ୍ୱର: ଏକବିଂଶ ଶତାଦ୍ଦୀର ସମାଜ ଜ୍ଞାନ ଦ୍ୱାରା ପରିଚାଳିତ ଏକ ସମାଜ ହେବ। ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବକୁ ଉଦଘାଟନ କରି ରାଜ୍ୟପାଳ ରଘୁବର ଦାସ ଏହା କହିଛନ୍ତି। ଆୟୋଜିତ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି, “ଯେଉଁ ରାଷ୍ଟ୍ରରେ ଜ୍ଞାନର ପୁଞ୍ଜି ଅଛି ସେହି ରାଷ୍ଟ୍ର ଅଗ୍ରଗତି କରିବାକୁ ସେତିକି ସମର୍ଥ।” ତେଣୁ, ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ଜ୍ଞାନର ପରିସର ବିସ୍ତାରିତ କରିବା ସହିତ ଉତ୍କର୍ଷତା ହାସଲ କରିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ। ସମାବର୍ତ୍ତନ ଉତ୍ସବ ଛାତ୍ରଛତ୍ରୀମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭର ଅବସର ଆଣେ। ସ୍ନାତକମାନେ ମନରେ ନିଜ ପାଇଁ ଏକ ଭବିଷ୍ୟତ ଆଙ୍କି ସାରିଥିବେ। ତେଣୁ ଆଜି କେବଳ ସଫଳତାର ଦିନ ନୁହେଁ ବରଂ ଆକାଂକ୍ଷାର ଦିନ ମଧ୍ୟ। ଏକ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଦିଗ ଯୁବ ଶକ୍ତିର ଆକାଂକ୍ଷା ଉପରେ ସ୍ଥିର ହେବାକୁ ଯାଉଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଥିଲେ। ଏହା ସହିତ ଯୁବ ସଶକ୍ତିକରଣ ପାଇଁ ବୈଷୟିକ ଶିକ୍ଷାର ବହୁଳ ପ୍ରୟୋଗ ସହିତ ଦକ୍ଷତା ବିକାଶ ଉପରେ ରାଜ୍ୟପାଳ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ନ୍ୟାୟାଧୀଶ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ ଅର୍ଗାନାଇଜେନର ଚେୟାରମ୍ୟାନ ଡ଼. ଶ୍ରୀଧର ପାନିକର ସୋମନାଥ ଅନ୍ୟତମ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଭାଇସ୍-ଚ୍ୟାନସେଲର ଡ଼. ସୁପ୍ରିୟା ପଟ୍ଟନାୟକ ବିବରଣୀ ଉପସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଏନ୍ ରାଓ, ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଅନୀତା ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ବିଭିନ୍ନ ବିଷୟରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles