Wednesday, June 18, 2025

ଏୟାର ଚାର୍ଜ ଟେକ୍ନୋଲୋଜି: ଏଥର ପବନରେ ଚାର୍ଜ ହେବ ମୋବାଇଲ୍!

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସିଇଏସ୍‌ -୨୦୨୪ରେ ବିଶ୍ୱର ବିଭିନ୍ନ ସ୍ଥାନରୁ କମ୍ପାନୀଗୁଡିକ ସେମାନଙ୍କର ନୂତନ ଟେକ୍ନୋଲୋଜି ଉପସ୍ଥାପନ କରିଛନ୍ତି। ଏଥିରେ ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ ସିଇଏସ୍‌ -୨୦୨୪ରେ ଏକ ନୂତନ ଟେକ୍ନୋଲୋଜି ଆଣିଛି। ଯାହାର ନାମ ଏୟାର ଚାର୍ଜ ଟେକ୍ନୋଲୋଜି। ଏହି ଟେକ୍ନୋଲୋଜି ଅନୁଯାୟୀ ପବନରେ ଚାର୍ଜ ହେବ ମୋବାଇଲ୍। ଏୟାର ଚାର୍ଜ ଟେକ୍ନୋଲୋଜି ମଲ୍ଟି-କଏନ୍‌ ଚୁମ୍ବକୀୟ ରିଜୋନାନ୍ସ ଏବଂ କମ୍ପାନୀର ଆଲଗୋରିଦମ ଉପରେ ନିର୍ଭର କରେ। ଯାହା ୨୦ ସେଣ୍ଟିମିଟର ଏବଂ ୬୦ ଡିଗ୍ରୀ ଆଙ୍ଗେଲ୍‌ ପର୍ଯ୍ୟନ୍ତ ୱୟାରଲେସ୍‌ ଚାର୍ଜିଂ ଅନୁମତି ଦେଇଥାଏ। ଏୟାର ଚାର୍ଜ ଟେକ୍ନୋଲୋଜିରେ ପ୍ରୋଟେକ୍ଟିଭ ସର୍କିଟ ସାମିଲ ଅଛି ଏବଂ ୬.୭୮ ମଗୋହର୍ଜ୍ଜରୁ କମ୍‌ ଫ୍ରିକ୍ୱେନ୍ସି ବ୍ୟବହାର କରେ। ଇନଫିନିକ୍ସର ଏହି ଏୟାରଚାର୍ଜ ଟେକ୍ନୋଲୋଜିର ସାହାଯ୍ୟରେ ୟୁଜର୍ସମାନେ ଖେଳ ସିଜିନ୍‌ରେ କିମ୍ବା ଭିଡିଓ ଦେଖିବା ସମୟରେ ସହଜରେ ନିଜ ଫୋନ୍‌ ଚାର୍ଜ କରିପାରିବେ। ସେମାନଙ୍କୁ ଚାର୍ଜ କରିବା ପାଇଁ ଚାର୍ଜିଂ ୱେରର କୌଣସି ଆବଶ୍ୟକତା ପଡ଼ିବନାହିଁ। ଏହି ଟେକ୍ନୋଲୋଜି ମଲ୍ଟି କଏଲ୍ ମ୍ୟାଗ୍ନେଟିକ୍‌ ରିଜୋନାନ୍ସ ବୈଶିଷ୍ଟ୍ୟ ସାହାଯ୍ୟରେ ୨୦ ସେମି ଦୂରରେ ଥିବା ଫୋନ୍‌କୁ ଚାର୍ଜ କରିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles