ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁ’ରେ ଘଟିଥିବା ବହୁ ଚର୍ଚ୍ଚିତ ଟ୍ରିପଲ୍ ମର୍ଡର ମାମଲାରେ ରାୟ ପ୍ରକାଶ ପାଇଛି। ଦୁଇ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଦୁଇ ଅଭିଯୁକ୍ତ ହେଲେ ନନ୍ଦ କିଶୋର ସେଠୀ ଏବଂ ପ୍ରକାଶ ବେହେରା। ୨୦୧୭ ମସିହା କଥା। ବିରଞ୍ଚି ନାୟକ ଏବଂ ତାଙ୍କ ପତ୍ନୀ ତାରିଣୀ ନାୟକ ମା’ ମାହେଶ୍ଵରୀ ଗ୍ରୁପରୁ ଦେଢ ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଟଙ୍କା ହଡପ କରିବା ପାଇଁ ଗାଁ’ର ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ୨୦୧୭ ଅକ୍ଟୋବର ୧୦ ତାରିଖରେ ସ୍ୱାମୀ, ସ୍ତ୍ରୀଙ୍କ ସମେତ ତାଙ୍କର ୪ ବର୍ଷର ପୁଅ ନବକୁ ବିଭତ୍ସ ଭାବେ ହତ୍ୟା କରିଥିଲେ।