Thursday, June 19, 2025

ନବୀନ୍ ସରକାରକୁ ସମର୍ଥନ ଦେବାକୁ ସର୍ତ୍ତ ରଖିଲେ ଅପରାଜିତା!

ଭୁବନେଶ୍ୱର: ନବୀନ୍ ସରକାରକୁ ସମର୍ଥନ ଦେବାକୁ ସର୍ତ୍ତ ରଖିଲେ ଅପରାଜିତା! ହଁ ଆଜ୍ଞା ନବୀନ୍ ପଟ୍ଟନାୟକ ତଥା ବିଜେଡି ସରକାରକୁ ସମର୍ଥନ ଦେବାକୁ ଏକ ସର୍ତ୍ତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଶୁଣନ୍ତୁ କଣ ରହିଛି ଅପରାଜିତାଙ୍କ ସେହି ସର୍ତ୍ତ ..

ଅପରାଜିତା କହିଛନ୍ତି ମିଶନ ଶକ୍ତି କଣ କରୁଛି? ନିର୍ବାଚନ ସମୟରେ ୧୦୦୦/୧୫୦୦ ଟଙ୍କା ଦେବା ପାଇଁ ଗଠନ ହୋଇଛି କି ସ୍ୱୟଂ ସହାୟକ ଗୋଷ୍ଠୀ? ଭଉଣୀ ମାନଙ୍କ ଭୋଟର ମୂଲ୍ୟ କଣ ୧୦୦୦ ଟଙ୍କା କି ବୋଲି ପ୍ରଶ୍ନ କରିବା ସହ ନବୀନ୍ ସରକାର ଆଉ ଟିକେ ରେଟ୍ ବଢ଼ାନ୍ତୁ। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ଭଉଣୀ ମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଦିଅନ୍ତୁ। ତେବେ ଯାଇ ଭଉଣୀ ମାନେ ନବୀନ୍ ସରକାରକୁ ଭୋଟ୍ ଦେବେ, ଆଉ ମୁଁ ମଧ୍ୟ ନବୀନ୍ ସରକାରକୁ ସମର୍ଥନ ଦେବି ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles