Wednesday, June 18, 2025

ଭାଙ୍ଗିଲା ପାକିସ୍ତାନ – ବେଲୁଚିସ୍ତାନ ସ୍ୱାଧୀନ ଦେଶ ଘୋଷଣା

କ୍ବେଟା: ବେଲୁଚିସ୍ତାନକୁ ପାକିସ୍ତାନଠାରୁ ସ୍ୱାଧୀନ ଘୋଷଣା କରିଛନ୍ତି ବେଲୁଚିସ୍ତାନ ନେତା ମୀର ୟାର ବାଲୁଚ୍। ସେ ସୋସିଆଲ ମିଡିଆରେ “ରିପବ୍ଲିକ୍ ଅଫ୍ ବେଲୁଚିସ୍ତାନ ଘୋଷଣା‌” କରିଥିବା ଏବେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଏହି ଘୋଷଣା ପରେ ସେ ଭାରତ ସରକାର ଏବଂ ଜାତିସଂଘ ଆଗରେ ଅନେକ ଦାବି କରିଛନ୍ତି। ମୀର ୟାର ବାଲୁଚ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବେଲୁଚିସ୍ତାନର ସ୍ୱାଧୀନତା ଘୋଷଣା କରି ଲେଖିଛନ୍ତି, ଆମେ ଆମର ସ୍ୱାଧୀନତା ଦାବି କରିଛୁ। ପାକିସ୍ତାନର ଆତଙ୍କବାଦୀ ବ୍ୟବସ୍ଥା ଏବେ ପତନ ହେବାକୁ ଯାଉଛି। ଭାରତ ସରକାର ବେଲୁଚିସ୍ତାନକୁ ଦିଲ୍ଲୀରେ ଏକ ସରକାରୀ କାର୍ଯ୍ୟାଳୟ ଏବଂ ଦୂତାବାସ ଖୋଲିବାକୁ ଅନୁମତି ଦେବା ଉଚିତ୍। ସେ କହିଛନ୍ତି ଯେ, ବେଲୁଚ୍ ସ୍ୱାଧୀନତା ସଂଗ୍ରାମୀମାନେ ଡେରା ବୁଗଟିର ଗ୍ୟାସ୍ ଫିଲ୍ଡ ଉପରେ ଆକ୍ରମଣ କରିଛନ୍ତି, ଯାହା ପାକିସ୍ତାନର ପ୍ରମୁଖ ଗ୍ୟାସ୍ ଯୋଗାଣର କେନ୍ଦ୍ର। ବାଲୁଚ୍ ନେତା ଜାତିସଂଘକୁ ମଧ୍ୟ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ, ଜାତିସଂଘ ତୁରନ୍ତ ବେଲୁଚିସ୍ତାନକୁ ତାଙ୍କର ଶାନ୍ତି ବାହିନୀ ପଠାଇବା ଉଚିତ୍ ଏବଂ ଆମର ସ୍ଥଳ, ସମୁଦ୍ର ଏବଂ ଆକାଶ ସୀମାରୁ ପାକିସ୍ତାନ ସେନାକୁ ହଟାଇବା ଉଚିତ୍। ସେ ଦାବି କରିଛନ୍ତି ଯେ, ପାକିସ୍ତାନ ସେନାର ସମସ୍ତ ସମ୍ପତ୍ତି ବେଲୁଚିସ୍ତାନକୁ ହସ୍ତାନ୍ତର କରାଯାଉ। ସମସ୍ତ ଅଣ-ବଲୁଚି ସୈନିକ, ଆଇଏସଆଇ ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଅଞ୍ଚଳ ଛାଡି ଚାଲିଯାଆନ୍ତୁ। ମୀର ୟାର ବାଲୋଚ୍ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଏକ ମଧ୍ୟବର୍ତ୍ତୀକାଳୀନ ବାଲୋଚ୍ ସରକାର ଗଠନ କରାଯିବ। ଯେଉଁଥିରେ ମହିଳା ମାନଙ୍କୁ ମଧ୍ୟ ପ୍ରତିନିଧିତ୍ୱ ମିଳିବ। ୟାର ବାଲୋଚ୍ ଏହା ମଧ୍ୟ କହିଛନ୍ତି, ଆଜାଦ ସରକାରଙ୍କ ସମାରୋହ ମଧ୍ୟ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ। ଆମେ ବିଶ୍ୱର ରାଷ୍ଟ୍ରମୁଖ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରୁଛୁ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles