ମୁମ୍ବାଇ: ବାଙ୍ଗଲାଦେଶର ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ। ଥାନେର କ୍ରାଇମ ବ୍ରାଞ୍ଚ ପର୍ଣ୍ଣଷ୍ଟାର ରିୟା ଓରଫ୍ ଆରୋହିଙ୍କୁ ତାଙ୍କ ପରିବାର ସହିତ ଗିରଫ କରିଛି। ରିୟା ଜଣେ ବାଂଲାଦେଶୀ ପର୍ଣ୍ଣ ଷ୍ଟାର। ସେ ତାଙ୍କ ପରିବାର ସହିତ ମହାରାଷ୍ଟ୍ରରେ ହିନ୍ଦୁ ଭାବରେ ରହୁଥିଲେ। ପର୍ଣ୍ଣ ଷ୍ଟାର ରିୟା ବର୍ଡେ ଯିଏ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ବନା ଶେଖ ଏବଂ ଆରୋହି ଆଦି ନାମରେ ମଧ୍ୟ ପରିଚିତ। ନକଲି ଦଲିଲ ମାଧ୍ୟମରେ ଭାରତରେ ରହିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ମୂଳତଃ ବାଂଲାଦେଶୀ ରିୟା ନକଲି ଡକ୍ୟୁମେଣ୍ଟ ତିଆରି କରି ତାଙ୍କ ମା’, ଭାଇ ଏବଂ ଭଉଣୀଙ୍କ ସହ ଭାରତରେ ବେଆଇନ ଭାବେ ରହୁଥିଲେ। ବାଂଲାଦେଶୀ ହେବା ସତ୍ତ୍ଵେ ରିୟାଙ୍କ ମା’ ମଧ୍ୟ ଭାରତୀୟ ଦଲିଲ ପାଇବା ପାଇଁ ଅମ୍ରାବତୀର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ରିୟାଙ୍କ ବ୍ୟତୀତ ପୋଲିସ ଏହି ମାମଲାରେ ତାଙ୍କ ମା’ ଅଞ୍ଜଲି ଓରଫ୍ ରୁବି ଶେଖ, ପିତା ଅରବିନ୍ଦ, ଭଉଣୀ ରିତୁ ଓରଫ୍ ମୋନି ଶେଖ ଏବଂ ଭାଇ ରବିନ୍ଦ୍ର ଓରଫ୍ ରିୟାଜ ଶେଖଙ୍କ ନାମରେ ମାମଲା ରୃଜୁ କରିଛି।
ଗିରଫ ପରେ ପୋଲିସ ପ୍ରେସ ନୋଟରେ କହିଛି ଯେ ଗିରଫ ହୋଇଥିବା ରିୟା ଅନେକ ପ୍ରଡକ୍ସନ୍ ହାଉସ୍ ସହିତ ଜଡିତ ଏବଂ ସେ ଅନେକ ପର୍ଣ୍ଣ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ଅରୋହି ନାମରେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଜଣାଶୁଣା। ଅନୁସନ୍ଧାନରୁ ଜଣାପଡିଛି ଯେ ରିୟାଙ୍କ ମାଆ ମୂଳତଃ ବାଂଲାଦେଶର। ସେ ତାଙ୍କ ଦୁଇ ଝିଅ ରିୟା ଏବଂ ଗୋଟିଏ ପୁଅ ସହିତ ଭାରତରେ ବେଆଇନ ଭାବେ ରହୁଥିଲେ। ଏହା ସହ ନକଲି ପାସପୋର୍ଟ ବନାଇଥିଲେ। ଉଭୟ ରିୟାଙ୍କ ମା’ ଏବଂ ବାପା ବର୍ତ୍ତମାନ କତାରରେ ରହୁଛନ୍ତି। ଯେତେବେଳେ ରିୟାଙ୍କ ବନ୍ଧୁ ପ୍ରଶାନ୍ତ ମିଶ୍ର ଜାଣିବାକୁ ପାଇଲେ ଯେ ସେ ମୂଳତଃ ବାଂଲାଦେଶର ଏବଂ ଦେଶରେ ବେଆଇନ ଭାବେ ରହୁଛନ୍ତି, ସେ ଏହି ବିଷୟରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଏହା ପରେ ପୋଲିସ ତାଙ୍କ ଦଲିଲ ଗୁଡ଼ିକୁ ଯାଞ୍ଚ କରି ସମଗ୍ର ଘଟଣାକୁ ପ୍ରକାଶ କରିଥିଲା।