Wednesday, June 18, 2025

ଭୟଙ୍କର ରୋଗ ଦୂର କରେ ଗୋଟେ ବୋତଲ୍ ବିୟର!

ନୂଆଦିଲ୍ଲୀ: ଅତି ଭୟଙ୍କର ରୋଗ ଦୂର କରେ ଏକ ବୋତଲ ବିୟର। ଏକ ବୋତଲ ବିୟରରେ ୮ ପ୍ରକାରର ସ୍ୱାସ୍ଥ୍ୟ ଉପକାରିତା ଅଛି ଯାହା ଏକ ନୂତନ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି। ବୈଜ୍ଞାନିକଙ୍କ ଅନୁଯାୟୀ ଥଣ୍ଡା ବିୟର ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ। ଯେଉଁମାନେ ରାତିରେ ରାତ୍ରି ଭୋଜନ ସହିତ ଏକ ବୋତଲ ବିୟର ପିଅନ୍ତି, ସେମାନଙ୍କର ଅନ୍ତନଳୀ ସୁସ୍ଥ ରହିଥାଏ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଯାହା ମଧୁମେହ ଏବଂ ହୃଦରୋଗର ମୁକାବିଲା କରିବାରେ ସାହାଯ୍ୟ କରେ। ତେବେ, ବିୟରର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। କମ୍ ପରିମାଣର ବିୟର ପିଇବା ଦ୍ବାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ନିୟମିତ ଭାବେ ଏକ ବୋତଲ ବିୟର ପିଇବା ଦ୍ୱାରା ମୋଟାପଣ ହୁଏ ନାହିଁ। ଏଥିରେ କମ୍ କ୍ୟାଲୋରୀ ଥାଏ। ବିୟରରେ ଆଇସୋ- ଆଲଫା ଏସିଡ୍ ଥାଏ, ଯାହା ଚର୍ବି ଏବଂ ଗ୍ଲୁକୋଜ ମେଟାବୋଲିଜିମ୍ ପାଇଁ ସକରାତ୍ମକ ବୋଲି ଜଣାଯାଏ। ବିୟର ସହିତ ବାଦାମ ଖାଇବା ଦ୍ୱାରା ଓଜନ ହ୍ରାସ ପାଏ। କାରଣ ଶରୀର ଏଥିରୁ ପ୍ରଚୁର ପ୍ରୋଟିନ୍ ପାଇଥାଏ।ମଦ୍ୟପାନ ସହିତ ଏପରି ଜିନିଷ ଖାଇବା ଶରୀରକୁ କମ୍ କ୍ୟାଲୋରୀ ଯୋଗାଇଥାଏ। ଓରେଗନ୍ ଷ୍ଟେଟ୍ ୟୁନିଭରସିଟିର ରିପୋର୍ଟ ଅନୁଯାୟୀ, ଏକ ଗ୍ଲାସ୍ ରେଡ୍ ଓ୍ବାଇନ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ମେଟାବୋଲିକ୍ ଫ୍ୟାଟି ଲିଭରରକୁ ହ୍ରାସ କରିଥାଏ।

ଏହା ଏଲାଜିକ୍ ଏସିଡ୍ ନାମକ ଏକ ରାସାୟନିକ ପଦାର୍ଥକୁ ବାହାର କରିଥାଏ। ଯାହା ଚର୍ବି କୋଷର ଅଭିବୃଦ୍ଧିକୁ ମନ୍ଥର କରିଥାଏ ଏବଂ ନୂତନ କୋଷ ଗଠନରେ ବାଧା ସୃଷ୍ଟି କରିଥାଏ। ଅଳ୍ପ ପରିମାଣରେ ବିୟର ଗର୍ଭାବସ୍ଥାରେ ମହିଳାଙ୍କ ହାଡକୁ ମଜବୁତ କରିଥାଏ। ଦି’ ଆମେରିକୀୟ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ନ୍ୟଟିସିୟନର ରିପୋର୍ଟ ଅନୁଯାୟୀ ଯେଉଁମାନେ ଦିନକୁ ଦୁଇ ବୋତଲ ବିୟର ପିଉଛନ୍ତି, ସେମାନଙ୍କ ତୁଳନାରେ ଯେଉଁମାନେ ମଦ୍ୟପାନ ନକରନ୍ତି ସେମାନଙ୍କ ହାଡର ମିନେରାଲ୍ ସାନ୍ଦ୍ରତା କମ୍ ଥାଏ। ଅତ୍ୟଧିକ ମଦ୍ୟପାନ କରିବାରେ ଏହାର ଲାଭ ହୋଇନଥାଏ। ବିୟର ମଧୁମେହ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ବିୟର ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ କମିଯାଏ। ସପ୍ତାହରେ ଛଅଟି ବିୟର ପିଉଥିବା ପୁରୁଷଙ୍କ ମଧୁମେହ ହେବାର ଆଶଙ୍କା ୨୧ ପ୍ରତିଶତ କମ୍। ବିୟର ହୃଦସ୍ପନ୍ଦନକୁ ମଧ୍ୟ ସୁରକ୍ଷିତ ରଖେ। ୟୁନିଭରସିଟି କଲେଜ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବିୟର ପିଇବା ଦ୍ୱାରା ହୃଦଘାତ, ଷ୍ଟ୍ରୋକ୍ ଏବଂ ଏନଞ୍ଜାଇନ ହେବାର ଆଶଙ୍କା ୫୦ ପ୍ରତିଶତ କମିଯାଏ। ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ଲିଭର ଖରାପ ହୋଇପାରେ। ଜର୍ମାନ ପ୍ରଫେସର କ୍ଲାଉସ୍ ହେଲରବ୍ରାଣ୍ଡଙ୍କ ଅନୁଯାୟୀ, ମଦ୍ୟପାନମୁକ୍ତ ବିୟର (ହାପ୍ସ ନାମକ ଏକ ଉଦ୍ଭିଦରୁ ତିଆରି) ଯାହା ଲିଭରକୁ ସୁସ୍ଥ ରଖେ। ଏଥି ସହିତ ଏହି ବିୟର ପିଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ଏହା ଯକୃତ ଏବଂ କୋଲନ୍ କର୍କଟ କୋଷ ସୃଷ୍ଟି କରେ ନାହିଁ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles