ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ୧୪ ବର୍ଷ ପୂର୍ବେ ଘଟିଥିବା ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ସଜ୍ଜା ହୋଇଛି। ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଆଜୀବନ ଜେଲ ଦଣ୍ଡାଦେଶ ପାଇଥିବା ୫ ଅଭିଯୁକ୍ତମାନେ ହେଲେ କାଳିଆ ସେଠି, ପିଙ୍କୁ ପାତ୍ର, ସନିଆ ରାଉତ, ସଞ୍ଜୟ ପ୍ରଧାନ ଏବଂ କୃଷ୍ଣ ପାତ୍ର। ସୂଚନାଯୋଗ୍ୟ ଯେ, ୨୦୧୦ ଜୁଲାଇ ୨୨ ତାରିଖ ଦିନ ଶ୍ରୀରାମ ନଗର ଛକରେ ଏକ ଚା’ ଦୋକାନରେ ଚା’ ପିଉଥିବା ବେଳେ ଧୀରଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୪ ଜଣ ସାକ୍ଷୀଙ୍କ ବୟାନ, ପ୍ରମାଣକୁ ଭିତ୍ତି କରି ଏବେ ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଓ ଦୌରା ଜଜ୍।