Thursday, June 19, 2025

ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେ ..

ଭୂଦାନ ଆନ୍ଦୋଳନର ପ୍ରଣେତା ଆଚାର୍ଯ୍ୟ ବିନୋବା ୧୮୯୫ ମସିହା ସେପ୍ଟେମ୍ବର, ୧୧ ତାରିଖରେ ମହାରାଷ୍ଟ୍ରର ଗଗୋଦା ନାମକ ଏକ ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୂରା ନାମ ଥିଲା ବିନାୟକ ନରହରି ଭାବେ। ମା’ ଙ୍କ ସ୍ନେହ, ପ୍ରେମ, ଭକ୍ତି , ସେବା ମନୋଭାବ ଏବଂ ପବିତ୍ର ଜୀବନ ଧାରା ବିନୋବାଙ୍କୁ ମଧ୍ୟ ସେହିପରି ଗଢ଼ି ତୋଳିଥିଲା। ମାଟ୍ରିକ ଉତ୍ତୀର୍ଣ୍ଣ ପର ବୟସରୁ ବିନୋବା ସନ୍ୟାସ ଗ୍ରହଣ କରିବାର ନିଷ୍ପତି ନେଇଥିଲେ। ଈଶ୍ୱର ସେବା ସହ ମାନବ ସେବାର ଏକ ସମନ୍ୱୟ ସାଧନା ନିମିତ୍ତ ସଂକଳ୍ପ କରିଥିଲେ ଆଚାର୍ଯ୍ୟ ବିନୋବା ଭାବେ ଏବଂ ସେହି ସଂକଳ୍ପକୁ ବାସ୍ତବ ରୂପରେ କାର୍ଯ୍ୟକାରୀ କରିବାରେ ସେ ଆଜୀବନ ଚେଷ୍ଟିତ ଥିଲେ। ୧୯୫୧ ମସିହା ଏପ୍ରିଲ ୧୮ ତାରିଖରେ ଆନ୍ଧ୍ରପ୍ରଦେଶର ପୋଚମପଲ୍ଲୀରୁ ସେ ଆରମ୍ଭ କରିଥିଲେ “ଭୂଦାନ ଆନ୍ଦୋଳନ”। ୧୯୬୫ ମସିହା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନ ଭିତରେ ସେ ପ୍ରାୟ ୫୦ ଲକ୍ଷ ହେକ୍ଟର ଜମି ଦାନ ସୂତ୍ରରେ ପାଇଥିଲେ। ଭୂଦାନ ଆନ୍ଦୋଳନ ଥିଲା ଏକ ଶ୍ରେଷ୍ଠ ଆର୍ଥିକ ଓ ସାମାଜିକ କ୍ରାନ୍ତି। ପ୍ରାୟ ୧୩ ବର୍ଷ କାଳ ଏପରି ଦୀର୍ଘ କାଳୀନ ଅହିଂସା ଆନ୍ଦୋଳନ ଏବଂ ୫୦ ଲକ୍ଷ ହେକ୍ଟର ଜମି ଦାନ ସୂତ୍ରରେ ପାଇବା ବିଶ୍ୱ ଇତିହାସରେ ଅନନ୍ୟ। ଆଚାର୍ଯ୍ୟ ବିନୋବା ଥିଲେ ଆଜୀବନ ବ୍ରହ୍ମଚାରୀ। ମାନବିକ ଅଧିକାର ପାଇଁ ଲଢ଼ିଥିବା ବିନୋବାଙ୍କୁ ୧୯୫୮ ମସିହାରେ ମିଳିଥିଲା “ରମଣ ମୈଗସେସେ” ପୁରସ୍କାର। ୧୯୮୨ ମସିହା ନଭେମ୍ବର, ୧୫ ତାରିଖରେ ଆଚାର୍ଯ୍ୟ ବିନୋବା ଭାବେଙ୍କ ପରଲୋକ ଘଟିଥିଲା। ପର ବର୍ଷ ବିନୋବାଙ୍କୁ ମିଳିଥିଲା ଭାରତବର୍ଷର ସର୍ବୋଚ୍ଚ ବେସାମରିକ ସମ୍ମାନ “ଭାରତ ରତ୍ନ” ଉପାଧି। ଆଜି ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ପପୂଣ୍ୟତିଥୀ ଅବସରରେ ଭକ୍ତିପୂତ ନମନ୍।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles