Thursday, June 19, 2025

ମୁଣ୍ଡଙ୍କୁ ଦଣ୍ଡ: ନିଲମ୍ବନ ପରେ ରାଜ୍ୟ କାର୍ଯ୍ୟାଳୟରୁ ଧକ୍କା ମାରି କାଢ଼ିଦେଲା ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ବିଜେପିରୁ ନିଲମ୍ବିତ ହୋଇଥିବା ସୁନିତ ମୁଣ୍ଡଙ୍କୁ କୁଆଡୁ ଗୋଟାଇ ଆଣି ତାଙ୍କୁ ଭୁବନେଶ୍ୱର ମେୟର ପାର୍ଥି କରାଇଥିଲେ ଅପରାଜିତା। ମେୟର ନିର୍ବାଚନ ହାରିବା ପରେ ଗତ ସାଧାରଣ ନିର୍ବାଚନରେ ପୁଣି କଳାହାଣ୍ଡି ସାଂସଦ ପାର୍ଥି କିମ୍ୱା ବିଧାନସଭା ପାର୍ଥି ହେବାକୁ ମୁଣ୍ଡ ଖଟାଇଥିଲେ ସୁନିତ ମୁଣ୍ଡ। କିନ୍ତୁ ସେପରି ହେଲାନି। ଏହା ପରଠୁ ନିଜର ବିଶୃଙ୍ଖଳିତ ଆଚରଣ ଏବଂ ବରିଷ୍ଠ ନେତା ଏବଂ ବରିଷ୍ଠ ପଦାଧିକାରୀ ମାନଙ୍କ ସହିତ ଯାଇ ଉପରେ ପଡ଼ି ମିଶିବା ଆଦିକୁ ନାପସନ୍ଦ କରୁଥିଲା ଦଳ। ତେବେ, କଥା ସେବେ ଅସମ୍ଭାଳ ହେଲା ଯେବେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ବିଜେପି ବିଧାୟକ ପାର୍ଥି ସୁଧାଂଶୁ ଶେଖର ନାୟକଙ୍କୁ ନିଜର ସାତିର୍ ମୁଣ୍ଡ ଖଟାଇ ଚୂନ ଲଗାଇଦେଲେ ମୁଣ୍ଡ। ନିର୍ବାଚନ ସମୟରେ ଏକ କୋଟି ଫାଇନାନ୍ସ କଇଦେବାକୁ କହି କୁଆଡୁ ସୁଧାଂଶୁ ନାୟକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ମୁଣ୍ଡ। ଏ’ ନେଇ ସୁଧାଂଶୁ ନାୟକ ବନ୍ତ ଥାନାରେ ଅଭିଯୋଗ କରିବା ପରେ ସୁନିତ ମୁଣ୍ଡ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦ ଅନୁଯାୟୀ ୨୩୮/୩୪ରେ ଏକ ମାମଲା ରୃଜୁ ହୋଇଛି। ଏହାର କେଇ ଦିନ ପରେ ସୁନିତ ମୁଣ୍ଡଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେପି। ତେବେ, ଏହାପରେ ୩ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଜାତିତ ବନ୍ଧୁ ଭାବରେ କାର୍ଯ୍ୟାଳୟକୁ ଯାଇଥିଲେ ସୁନିତ ମୁଣ୍ଡ। କିନ୍ତୁ ସେଠାରେ ସେ ହୋଇଥିଲେ ଭୟଙ୍କର ଅପଦସ୍ତ। ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାର୍ତ୍ତା ମାନେ ସୁନିତ ମୁଣ୍ଡଙ୍କୁ ଗଳାଧକ୍କା ମାରି କାର୍ଯ୍ୟାଳୟରୁ କରି ଦେଇଥିଲେ ବାହାର।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles