ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବିଜେପି ମଣ୍ଡଳ ସ୍ତରୀୟ ବୈଠକ ସ୍ଥାନୀୟ ଦହିଖାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିରାକାରପୁର ମଣ୍ଡଳ ସଭାପତି ମନ୍ମଥ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ମନୋଜ କର ପ୍ରମୂଖ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶନ କରିଥିଲେ। ବୈଠକରେ ବିଶେଷ ଭାବରେ ଆଗାମୀ ୨୫ ତାରିଖ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରତ୍ୟେକ ବୁଥରେ ୧୦୦ରୁ ଉର୍ଦ୍ଧ୍ଵ ପ୍ରାଥମିକ ସଦସ୍ୟ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସାଗର ବାରିକ, ସଦା ମଙ୍ଗରାଜ, ପ୍ରଫୁଲ ଜେନା, କୈଳାସ ସାହୁ, କାଳୁ ରାଉତରାୟ, ପ୍ରତିମା ପ୍ରଧାନ ଏବଂ ସ୍ୱର୍ଣ୍ଣଲତା ମୁଦୁଲି ପ୍ରମୂଖ ଯୋଗଦେଇଥିଲେ।