Wednesday, June 18, 2025

୨୩୪ଟି ନୂଆ ନଗର/ସହରରେ ଆରମ୍ଭ ହେବ ଘରୋଇ ଏଫଏମ୍ ରେଡିଓ

ନୂଆଦିଲ୍ଲୀ: ୨୩୪ଟି ନୂଆ ନଗର/ସହରରେ ଆରମ୍ଭ ହେବ ଘରୋଇ ଏଫଏମ୍ ରେଡିଓ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ନୀତି ଅଧୀନରେ ୨୩୪ଟି ନୂଆ ସହରରେ ୭୩୦ଟି ଚ୍ୟାନେଲ ପାଇଁ ତୃତୀୟ ବ୍ୟାଚ୍ ଇ- ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନଗର/ସହରର ରାଜ୍ୟ ଅନୁଯାୟୀ ତାଲିକା ଏବଂ ନୂତନ ନିଲାମ ପାଇଁ ଅନୁମୋଦିତ ଘରୋଇ ଏଫ୍ ଏମ୍ ଚ୍ୟାନେଲ୍ ସଂଖ୍ୟାକୁ ସଂଲଗ୍ନକ ଭାବେ ତାଲିକାଭୁକ୍ତ କରାଯାଇଛି। ବସ୍ତୁ ଓ ସେବା ଟିକସ (ଜିଏସଟି)କୁ ବାଦ୍ ଦେଇ ଏଫଏମ ଚ୍ୟାନେଲର ବାର୍ଷିକ ଲାଇସେନ୍ସ ଶୁଳ୍କ (ଏଏଲଏଫ) ମୋଟ ରାଜସ୍ୱର ୪% ଆଦାୟ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ୨୩୪ଟି ନୂଆ ନଗର/ସହର ପାଇଁ ଲାଗୁ ହେବ। ୨୩୪ଟି ନୂଆ ନଗର/ସହରରେ ଘରୋଇ ଏଫ୍ ଏମ୍ ରେଡିଓ କାର୍ଯ୍ୟକାରୀ ହେଲେ ଏହି ନଗର/ସହରରେ ଏଫ୍ ଏମ୍ ରେଡିଓର ଅପୂରଣୀୟ ଚାହିଦା ପୂରଣ ହେବ, ଯାହା ଏବେ ବି ଘରୋଇ ଏଫ୍ ଏମ୍ ରେଡିଓ ପ୍ରସାରଣ ଦ୍ୱାରା ଉନ୍ମୁକ୍ତ ହୋଇ ରହିଛି ଏବଂ ମାତୃଭାଷାରେ ନୂତନ/ ସ୍ଥାନୀୟ ବିଷୟବସ୍ତୁ ଆଣିବ। ଏହା ଦ୍ୱାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସ୍ଥାନୀୟ ଭାଷା ଓ ସଂସ୍କୃତିକୁ ପ୍ରୋତ୍ସାହନ ମିଳିବ ଏବଂ ‘ଭୋକାଲ୍ ଫର୍ ଲୋକାଲ’ ପଦକ୍ଷେପ ନିଆଯିବ। ଅଧିକାଂଶ ଅନୁମୋଦିତ ନଗର/ ସହର ଆକାଂକ୍ଷୀ ଜିଲ୍ଲା ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅଛି । ଏହି ଅଞ୍ଚଳ ଗୁଡିକରେ ଘରୋଇ ଏଫଏମ ରେଡିଓ ପ୍ରତିଷ୍ଠା ସରକାରୀ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ। ଏହିକ୍ରମରେ ଓଡ଼ିଶାରେ ବାଲେଶ୍ୱର- ୩ଟି, ବାରିପଦା- ୩ଟି, ବ୍ରହ୍ମପୁର- ୪ଟି, ଭଦ୍ରକ- ୩ଟି, ପୁରୀ- ୩ଟି ଏବଂ ସମ୍ବଲପୁର- ୩ଟି ଏହିପରି ଓଡ଼ିଶାରେ ହେବ ୧୯ଟି ନୂଆ ଏଫଏମ୍ ରେଡ଼ିଓ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles