Wednesday, December 25, 2024

ଜେଲ୍ ହାଜତରେ କଟିବ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାତି

ନୂଆଦିଲ୍ଲୀ: ଜେଲ୍ ହାଜତରେ କଟିବ ମୁଖ୍ୟମନ୍ତ୍ରୀଙ୍କ ରାତି। ଜେଲ ହାଜତରେ ରାତି କାଟିବେ ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସୂଚନାଯୋଗ୍ୟ ଯେ, ଜମି ଘୋଟାଲା ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହୋଇଛନ୍ତି। ତାଙ୍କ ନ୍ୟାୟିକ ହେପାଜତକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଆଜି ଗୋଟିଏ ଦିନ ପାଇଁ ଜେଲରେ ରାତି କଟାଇବେ ହେମନ୍ତ। ତଦନ୍ତକାରୀ ସଂସ୍ଥା ଇଡି ଅଦାଲତଙ୍କୁ କହିଛି ଯେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ରାଜ୍ୟରେ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି। ହେମନ୍ତ ଜମି ଅଧିଗ୍ରହଣ, ଦଖଲ ଏବଂ ଅପରାଧର ଆୟ ବ୍ୟବହାରରେ ସିଧାସଳଖ ସମ୍ପୃକ୍ତ ଥିଲେ। ତଦନ୍ତକାରୀ ସଂସ୍ଥା ଇଡିର ୧୦ ଦିନିଆ ରିମାଣ୍ଡ ଆବେଦନ କରିଛି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହେମନ୍ତ ସୋରେନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ପିଏମଏଲଏ କୋର୍ଟ ଇଡିର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ନାହାନ୍ତି। ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପିଏମଏଲଏ କୋର୍ଟ ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ। ମାମଲାର ଶୁଣାଣି ଶେଷ ନ ହେବା ଯାଏ ହେମନ୍ତ ସୋରେନ ଜେଲରେ ରହିବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles