Thursday, June 19, 2025

ଆଜି ବ୍ରହ୍ମପୁର ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ଵର: ଆଜି ବ୍ରହ୍ମପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବ୍ରହ୍ମପୁର ରେଳଷ୍ଟେସନରେ ବନ୍ଦେ ଭାରତ ଟ୍ରେନ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଉକ୍ତ ଟ୍ରେନରେ ବସି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି। ଖବର ମୁତାବକ, ରବିବାର ସକାଳ ୯ଟାରେ ସମୟରେ ବ୍ରହ୍ମୁପର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମ ପ୍ରବେଶ ଦ୍ୱାରାରେ ଥିବା ଖୋଲା ପଡିଆରେ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାପରେ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଆଭାସୀରେ ବନ୍ଦେ ଭାରତ ଟ୍ରେନ୍‌ର ଉଦ୍‌ଘାଟନ କରିବେ। ବ୍ରହ୍ମପୁରରେ ବନ୍ଦେ ଭାରତ ଟ୍ରେନ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ରହି ସେହି ଟ୍ରେନ୍‌ରେ ଭୁବନେଶ୍ୱର ‌ଫେରିବେ ମୁଖ୍ୟମନ୍ତ୍ରୀ। ଏ’ ନେଇ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles