Wednesday, June 18, 2025

ମାଓ ସଙ୍ଗଠନରେ ଅନ୍ତର୍ଦ୍ୱନ୍ଦ: ନକ୍ସଲକୁ ହତ୍ୟା କଲେ ନକ୍ସଲ!

ନୂଆଦିଲ୍ଲୀ: ନକ୍ସଲକୁ ହତ୍ୟା କଲେ ନକ୍ସଲ! ତେଲୁଗୁ କ୍ୟାଡର ନକ୍ସଲ ନେତା ବିଜୟ ରେଡ୍ଡୀ ଏବଂ ତାଙ୍କ ସାଥୀ ରାଜନନ୍ଦଗାଓ- କାଙ୍କେର ବଡର ଡିଭିଜନର ଏସିଏମ ପଦସ୍ଥ ବିଜ୍ଜାଙ୍କୁ ହତ୍ୟା କରିଛନ୍ତି। ଯାହାଦ୍ବାରା ନକ୍ସଲ ସଙ୍ଗଠନ ଭିତରେ ଏବେ ଅନ୍ତର୍ଦ୍ବନ୍ଦ ବଢୁଥିବା ଜଣାପଡ଼ୁଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ ନକ୍ସଲଙ୍କୁ ଯଥାଶୀଘ୍ର ଆତ୍ମସମର୍ପଣ କରି ନିଜର ଜୀବନ ବଞ୍ଚାଇବାକୁ କୁହାଯାଇଛି। ରିପୋର୍ଟ ମୁତାବକ ଚଳିତ ବର୍ଷ ଏ’ ପର୍ଯ୍ୟନ୍ତ ୧୫୩ ଜଣ ନକ୍ସଲଙ୍କୁ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି। ସୂଚନା ମୁତାବକ ଦେଶର ମାଓପ୍ରବଣ ରାଜ୍ୟ ଗୁଡ଼ିକ ମହାରାଷ୍ଟ୍ର, ତେଲେଙ୍ଗାନା, ଓଡ଼ିଶା ସହ ଅନ୍ୟ ରାଜ୍ୟରେ ବଡ଼ ବଡ଼ କ୍ୟାଡର ନକ୍ସଲ ନିହତ ହେବା ପରେ ଏବେ ସେହି ଅଞ୍ଚଳର କ୍ୟାଡର ନକ୍ସଲ ମାନେ ଛୋଟ ଛୋଟ ନକ୍ସଲଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଦେଇଛନ୍ତି। ଯାହା ଫଳରେ ସଙ୍ଗଠନ ଭିତରେ ଅନ୍ତର୍ଦ୍ବନ୍ଦ ଆରମ୍ଭ ହୋଇଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles