ଭୁବନେଶ୍ୱର: “ଜଳ ବିନା ମାଛ – କ୍ଷମତା ବିନା କଂଗ୍ରେସ ଦଳ”। କ୍ଷମତା ଲୋଭରେ ଅନ୍ଧ କଂଗ୍ରେସ ଦଳ। କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଞ୍ଚା ଦିଏ ନାହିଁ କଂଗ୍ରେସ ଦଳ। ଦେଶ ବିଭାଜନକାରୀ ଓ ରାଷ୍ଟ୍ର ବିରୋଧୀ ତତ୍ୱ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ୱାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ ବିପଦରେ ପକାଇଛି କଂଗ୍ରେସ ଦଳ। ଏପରିକି ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଏକତାକୁ ବିପଦରେ ପକାଇଛି। ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଆଗାମୀ ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନରେ ଅବଦୁଲ୍ଲା ପରିବାର ଦ୍ୱାରା ପରିଚାଳିତ ‘ନ୍ୟାସନାଲ କନଫରେନ୍ସ’ ସହ ମେଣ୍ଟ କରି ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନ୍ୟାସନାଲ କନଫରେନ୍ସ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟିକରଣ ଦେବା ଉଚିତ୍। କଂଗ୍ରେସ ଦଳ ଏବଂ ତାଙ୍କ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଏହି ୧୦ଟି ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୧. “ଏକ ଦେଶ ମେ ଦୋ ନିଶାନ”! ଜାମ୍ମୁ ଓ କାଶ୍ମୀରରେ ପୃଥକ ପତାକା ପାଇଁ ନ୍ୟାସନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି?
୨. ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଓ ୩୫ (କ)ର ପୁନଃସ୍ଥାପିତ କରିବାକୁ ନ୍ୟାସନାଲ କନଫରେନ୍ସର ପ୍ରତିଶ୍ରୁତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି? ଏହା ଦ୍ୱାରା ଜାମ୍ମୁ ଓ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରି, ଅଶାନ୍ତ ବାତାବରଣ ସୃଷ୍ଟି କରାଯିବାକୁ ସମର୍ଥନ କରୁଛି କି?
୩. ଜାମ୍ମୁ ଓ କାଶ୍ମୀରବାସିଙ୍କ ସହ କଥାବାର୍ତା ହୋଇ ଶାନ୍ତି ସୈାହାର୍ଦ୍ଦ୍ୟ ପ୍ରତିଷ୍ଠା ବଦଳରେ ଚରମ ଶତୃ ପାକିସ୍ଥାନ ସହ କଥାବାର୍ତା କରି ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ପ୍ରତି କଂଗ୍ରେସର ସମର୍ଥନ ଅଛି କି?
୪. ପାକିସ୍ଥାନ ସହିତ ବାଣିଜ୍ୟ ଆରମ୍ଭ କରିବା ଆଳରେ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପର ପ୍ରୋତ୍ସାହନକୁ କଂଗ୍ରେସ ଦଳ ସମର୍ଥନ କରୁଛି କି? ଏହାଦ୍ୱାରା ସ୍ଥାନୀୟ ଇକୋସିଷ୍ଟମ ପ୍ରଭାବିତ ହେବ ନାହିଁ କି?
୫. ଆତଙ୍କବାଦୀ ଓ ପଥର ମାଡ କାର୍ଯ୍ୟରେ ସଂପୃକ୍ତ ଲୋକ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ସରକାରୀ ଚାକିରୀ ଦେବା ନ୍ୟାସନାଲ କନଫରେନ୍ସର ନିଷ୍ପତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି?
୬. କଂଗ୍ରେସ – ମେଣ୍ଟ ଦ୍ୱାରା ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ଘଟାଇବାର ଚକ୍ରାନ୍ତ କରାଯାଉଛି। ଦଳିତ, ଗୁଜ୍ଜର, ବକରବାଲ ଓ ପାହାଡ ଅଂଚଳ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରି ତାଙ୍କ ପ୍ରତି ଅନ୍ୟାୟ କରିବାକୁ ଯାଉଛି ନ୍ୟାସନାଲ କନଫରେନ୍ସ। ଏହାକୁ କଂଗ୍ରେସ ଦଳ ସମର୍ଥନ କରୁଛି କି?
୭. ‘ଶଙ୍କରାଚାର୍ଯ୍ୟ ପର୍ବତ’କୁ ‘ତକ୍ତ-ଏ-ସୁଲେମାନ’ ଏବଂ ‘ହରି ପର୍ବତ’କୁ ‘କୋହ-ଏ-ମାରନ’ ନାମରେ ପରିଣତ କରିବାର ନ୍ୟାସନାଲ କନଫରେନ୍ସର ଚକ୍ରାନ୍ତକୁ କଂଗ୍ରେସ ଦଳର ସମର୍ଥନ ରହିଛି କି?
୮. ଜାମ୍ମୁ-କାଶ୍ମୀରର ଅର୍ଥ ବ୍ୟବସ୍ଥାକୁ ପୁବଃର୍ବାର ଦୁର୍ନୀତି ମଧ୍ୟକୁ ଠେଲି ଦେଇ ଏକ ପାକିସ୍ଥାନ ସମର୍ଥିତ ଏକ ନିର୍ଦ୍ଦଷ୍ଟ ପରିବାରକୁ ହସ୍ତାନ୍ତର କରିବା ରାଜନୀତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି?
୯. ଜାମ୍ମୁ ଏବଂ ଘାଟି ଅଂଚଳବାସିନ୍ଦାଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରି ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି କି କଂଗ୍ରେସ ଦଳ?
୧୦. ଜାମ୍ମୁ ଓ କାଶ୍ମୀରକୁ ସ୍ୱାୟତ୍ୱତା ପ୍ରଦାନ କରି ନ୍ୟାସନାଲ କଂଗ୍ରେସର ବିଭାଜନକାରୀ ରାଜନୀତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି?