ନୂଆଦିଲ୍ଲୀ: ବର୍ଡର- ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ଭାରତର ଶୋଚନୀୟ ପରାଜୟ ପରେ ଏବେ ୧୯ ବର୍ଷ କମ୍ ଏସିଆ କପରେ ଟାଇଟଲ ହାତଛଡା କରିଛି ଭାରତ। ରବିବାର ଅନୁଷ୍ଠିତ ୧୯ ବର୍ଷରୁ କମ ଏସିଆ କପ୍ କ୍ରିକେଟରେ ବାଂଲାଦେଶ ଭାରତକୁ ୫୯ ରନରେ ପରାସ୍ତ କରିଛି। ଏହାସହ ବାଂଲାଦେଶ ଟାଇଟଲ ବଜାୟ ରଖିବାକୁ ମଧ୍ୟ ସକ୍ଷମ ହୋଇଛନ୍ତ। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୧୯୮ ରନ କରିବାକୁ ସକ୍ଷମ ହୋଇଥିଲା। ରିଜାନ ହୁସେନ ୪୭, ମହମ୍ମଦ ଶିହାବ ଜେମ୍ସ ୪୦ ଓ ଫରିଦ ହସନ ୩୯ ରନର ଇନିଂସ ଖେଳିଥିଲେ। ଯୁଦ୍ଧଜିତ ଗୁହା, ଚେତନ ଶର୍ମା ଓ ହାର୍ଦ୍ଦିକ ରାଜ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ୧୯୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୩୫.୨ ଓଭରରେ ୧୩୯ ରନ କରି ଅଲଆଉଟ ହୋଇ ଯାଇଥିଲା। ଅଧିନାୟକ ମହମ୍ମଦ ଅମନ ସର୍ବାଧିକ ୨୬ ରନ କରିଥିବା ବେଳେ ହାର୍ଦ୍ଦିକ ରାଜ ୨୪, ଆନ୍ଦ୍ରେ ସିଦ୍ଧାର୍ଥ ୨୦ ଓ କେପି କାର୍ତିକେୟ ୨୧ ରନ କରିଥିଲେ। ଇକବଲ ହୁସେନ ଓ ଅଜିଜୁଲ ହାକିମ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଇକବଲ ହୁସେନ ପ୍ଲେୟାର୍ ଅଫ୍ ଦି’ ମ୍ୟାଚ୍ ଓ ପ୍ଲେୟାର୍ ଅଫ୍ ଦି’ ସିରିଜ୍ ବିବେଚିତ ହୋଇଥିଲେ।