Wednesday, June 18, 2025

ଗତ ବର୍ଷ ଓଡ଼ିଶାରେ ୧୩୬୨ ହତ୍ୟା, ୩୭୦ ଡକାୟତ ୨୮୨୬ ଦୁଷ୍କର୍ମ ମାମଲା

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ବିଭାଗ ଶ୍ବେତପତ୍ର ଜାରୀ କରିଛି। ଏହି ଶ୍ବେତପତ୍ରରେ ରାଜ୍ୟରେ ଅପରାଧ ଆଇନ ଶୃଙ୍ଖଳା ନେଇ ତଥ୍ୟ ଦିଆଯାଇଛି। ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ ରାଜ୍ୟରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୩୬୨ଟି ହତ୍ୟା, ୩୭୦ ଡକାୟତି, ୨୯୬୧ଟି ଲୁଣ୍ଠନ, ୬୦୭୧ଟି ସିନ୍ଧିଚୋରୀ, ୧୬୮୫୧ଟି ଚୋରି, ୬୧୯୬ଟି ପ୍ରତାରଣା, ୧୬୫୫ଟି ଦଙ୍ଗା, ୨୮୨୬ଟି ଦୁଷ୍କର୍ମ, ୧୧୯୯୨ଟି ମଟରଯାନ ଦୁର୍ଘଟଣା, ୧୪୯୬୭୦ ବିଭିନ୍ନ ମାମଲା ରହିଛି।

ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତବର୍ଷ ଅର୍ଥାତ ୨୦୨୩ ମସିହାରେ ୨ ହଜାର ୮୨୬ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୨୭୬୨ଟି ମାମଲା ସତ୍ୟ ଏବଂ ସେଥିରୁ ୧୮୪୭ ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି। ସେହିପରି ୨୦୨୩ରେ ରାଜ୍ୟରେ ୧୬୫୫ଟି ଦଙ୍ଗା ମାମଲା ରୁଜୁ ହୋଇଥିଲା। ତନ୍ମଧ୍ୟରୁ ୧୬୧୯ଟି ମାମଲା ସତ୍ୟ। ବର୍ଷ ଶେଷ ସୁଦ୍ଧା ୯୨୯ଟି ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି। ସେହିପରି ୨୦୨୩ରେ ପୋଲିସ ପକ୍ଷରୁ ୫ ଥର ଗୁଳିଚାଳନା ହୋଇଛି। ୨୦୨୩ରେ ଯୌତୁକ ଜନିତ ହତ୍ୟା୨୩୧ଟି ମୋକଦ୍ଦମା ହୋଇଥିବା ବେଳେ ୯୫ଟି ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ଯୌତୁକ ଜନିତ ଆତ୍ମହତ୍ୟା ୨୦୨୩ରେ ୧୦୬ଟି ରୁଜୁ ହୋଇଥିବା ମୋକଦ୍ଦମା ମଧ୍ୟରୁ ୮୨ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles