Thursday, June 19, 2025

ପ୍ରେମ ପାଇଁ ପାଗଳ: ମା’ର ତଣ୍ଟିଚିପି ହତ୍ୟାକଲା ୮ଶ୍ରେଣୀ ଛାତ୍ରୀ

ଭୁବନେଶ୍ୱର: ପ୍ରେମିକ ପାଇଁ ମା’କୁ ବଳି ଦେଇଦେଲା ଝିଅ। ପ୍ରେମିକର ପ୍ରେମ ଆଗରେ ଫିକା ପଡ଼ିଗଲା ମା’ର ମମତା । ରାସ୍ତା କଡ଼ରେ କାନ୍ଦୁଥିବା କୁନି ଝିଅଟିଏକୁ ଉଠାଇ ଆଣି ପାଳିପୋଷି ବଡ଼ କରିଥିଲେ ରାଜଲକ୍ଷ୍ମୀ କର। କିନ୍ତୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସେହି ପାଳିତ ଝିଅ ଆଜି ମା’ର ନେଇଛି ଜୀବନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଘଟିଯାଇଛି ଏପରି ଏକ ହୃଦୟ ବିଦାରକ ଘଟଣା। ସୂଚନା ମୁତାବକ ପୋଷ୍ୟ ଝିଅକୁ ପାଠ ପଢ଼େଇ ବଡ଼ ମଣିଷ କରିବା ପାଇଁ ଚାହିଁଥିଲେ ମା’ ରାଜଲକ୍ଷ୍ମୀ। କିନ୍ତୁ ଝିଅର ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବା ପରେ ଏହାକୁ ବିରୋଧ କରିବାରୁ ପ୍ରେମିକ ସହ ମିଶି ମା’କୁ ହତ୍ୟା କରିଛି ଝିଅ। ପ୍ରଥମେ ମା’ର ଖାଦ୍ୟରେ ନିଶା ବଟିକା ଦେଇ ମା’ ଅଚେତ୍ ହେବା ପରେ ପ୍ରେମିକ ଓ ତାର ସହଯୋଗୀ ସହ ମିଶି ମା’କୁ ତଣ୍ଟି ଚିପି ହତ୍ୟା କରିଥିଲା ଝିଅ। ହତ୍ୟାକାଣ୍ଡ ପରେ ଏହାକୁ ହୃଦଘାତ ବୋଲି କହିବା ସହ ଭୁବନେଶ୍ବର ନେଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲା ନାବାଳିକା। କିନ୍ତୁ ନାବାଳିକା ଓ ତାର ପ୍ରେମିକର କଥାବାର୍ତ୍ତାରୁ ପରିବାର ଲୋକଙ୍କ ସନ୍ଦେହ ହେବା ପରେ ତଦନ୍ତ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ। ପରେ ନାବାଳିକାଙ୍କ ଇନଷ୍ଟାଗ୍ରାମ ଚାଟ୍‌ରୁ ସାମ୍ନାକୁ ଆସିଥିଲା ସତ। ପୁଲିସ ଅଭିଯୁକ୍ତ ନାବାଳିକା ଓ ତାର ପ୍ରେମିକକୁ ଗିରଫ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ଘରକୁ ନେଇ ସିନ୍‌ ରିକ୍ରିଏସନ୍‌ କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles