Thursday, June 19, 2025

ଟଙ୍କାରୁ ଗାନ୍ଧୀ ମୁଣ୍ଡ ହଟାଯାଇ ଭାରତମାତାଙ୍କ ଫଟୋ ରଖିବାକୁ ଦାବୀ

ମୁମ୍ବାଇ: ଟଙ୍କାରୁ ଗାନ୍ଧୀ ମୁଣ୍ଡ ହଟାଯାଇ ଭାରତମାତାଙ୍କ ଫଟୋ ରଖିବାକୁ ହୋଇଛି ଦାବୀ। ଏପରି ଦାବୀ କରିଛନ୍ତି ବଲିଉଡର ଜଣାଶୁଣା ଗାୟକ ଅଭିଜୀତ ଭଟ୍ଟାଚାର୍ଯ୍ୟ। ତାଙ୍କର ଏହି ବୟାନକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହା ଉପରେ ସୋସିଆଲ ମିଡିଆରେ ତୀବ୍ର ବିତର୍କ ଚାଲିଛି। ରାଜନୈତିକ ମହଲରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଜିତ ଭାରତୀୟ ମୁଦ୍ରାରେ ଗାନ୍ଧୀଙ୍କ ବଦଳରେ ଭାରତ ମାତାଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି। ଏକ ସାକ୍ଷାତକାରରେ ଅଭିଜିତ ଏପରି ବୟାନ ଦେଇଛନ୍ତି। ଅଭିଜିତ କହିଛନ୍ତି, “ଆମେ ଛୋଟବେଳୁ ଭାରତ ମାତା କି ଜୟ କହୁଛୁ। ଭାରତ ଆମ ମାତା। ଏହା ଆମ ସଂସ୍କୃତି। ତେବେ ‘ରାଷ୍ଟ୍ରପିତା’ କେଉଁଠୁ ଆସିଲେ? ‘ପିତା’ ଶବ୍ଦ ହଠାତ୍ କେମିତି ଯୋଡ଼ି ହେଲା, ବୁଝି ପାରୁନି।” ଏହାସହ ଭାରତର ପ୍ରାଚୀନତାକୁ ନେଇ ଅଭିଜିତ କହିଛନ୍ତି ଭାରତ ବିଶ୍ୱର ସବୁଠାରୁ ପୁରାତନ ସଭ୍ୟତା। ବେଦ, ପୁରାଣ ଓ ଖଗୋଳ ବିଜ୍ଞାନ ଏହାର ପ୍ରମାଣ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଅଭିଜିତ ୨୦୨୪ ଜାନୁଆରୀରେ ଗାନ୍ଧୀଙ୍କୁ ‘ପାକିସ୍ତାନର ରାଷ୍ଟ୍ରପିତା’ କହିଥିଲେ। ସେତେବେଳେ ତାଙ୍କ ବିରୋଧରେ ତୀବ୍ର ପ୍ରତିବାଦ ହୋଇଥିଲା। ଆଇନଗତ ନୋଟିସ ମଧ୍ୟ ଜାରି ହୋଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles