ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବିଜେପିରେ ଅଛନ୍ତି ଭିନ୍ନ ଭିନ୍ନ ଗୋଷ୍ଠୀ! ଆଉ କେହି ନୁହେଁ, ଏକଥା ନିଜେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ସ୍ୱୀକାର କରିଛନ୍ତି। ଗତ ୩୧ ତାରିଖରେ ଖୋର୍ଦ୍ଧା ମା’ ବରୁଣେଇଙ୍କ ପୀଠରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା “ଗାଁ’ କୁ ଚାଲ ଅଭିଯାନ” ସମ୍ଭଦ୍ଧୀୟ ଏକ ବୈଠକ। ତେବେ, ଏହାକୁ ନେଇ ଜିଲ୍ଲା ସଭାପତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକରେ ପୋଷ୍ଟ୍ କରି ଲେଖିଛନ୍ତି, “ଅଦ୍ୟ ୩୧, ୦୧, ୨୪ରେ ୧୨ ଘଟିକା ସମୟରେ ମା’ ବରୁଣେଇ ପୀଠରେ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ପୌରହିତରେ “ଗାଁ କୁ ଚାଲ “ଅଭିଯାନର ବୈଠକ ସୁଚାର ରୂପରେ ଜିଲ୍ଲାର ସମସ୍ତ ଛାମୁଆ ଗୋଷ୍ଠୀ ନେତୃମଣ୍ଡଳକୁ ନେଇ ଅନୁଷ୍ଠିତ ହେଇଯାଇ ଅଛି!”
ଅର୍ଥାତ୍ ଜିଲ୍ଲା ସଭାପତି ଏଠାରେ ସ୍ୱୀକାର କରିଛନ୍ତି ଯେ ଜିଲ୍ଲା ବିଜେପିରେ ଭିନ୍ନ ଭିନ୍ନ ଗୋଷ୍ଠୀ ଅଛନ୍ତି ଏବଂ ସେମାନେ ସବୁ ଛାମୁଆ ଗୋଷ୍ଠୀ ଅଟନ୍ତି। ଏପରି କରି, ଖୋର୍ଦ୍ଧା ଜିଲ୍ଲା ବିଜେପିରେ ଚାଲିଥିବା ଗୋଷ୍ଠୀ ବିବାଦକୁ ନିଜେ ପଦାରେ ପକାଇ ଦେଇଛନ୍ତି ଜିଲ୍ଲା ସଭାପତି!