ଭୁବନେଶ୍ୱର: ବିଜେପି – ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ନେଇ ସପେନ୍ସ ଜାରୀ ରହିଛି। ଘଟଣାକ୍ରମ ଯାହା ସବୁ ଘଟୁଛି ତାକୁ ଅନୁଧ୍ୟାନ କଲେ ତାହା ମେଣ୍ଟ ଦିଗକୁ ଇଶାରା ଦେଉଛି। ତେବେ ଏହା ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଖୁବ୍ ବିଚଳିତ ଜଣାପଡ଼ୁଛନ୍ତି। ପ୍ରଥମତଃ ପ୍ରଥମରୁ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି ମନମୋହନ ସଂପୂର୍ଣ୍ଣ ମିଛ କହିଥିବା ବେଳେ ଏବେ ଦିଲ୍ଲୀରୁ ଫେରି ମନମୋହନ ବଡ଼ ବିଚଳିତ ତଥା ଅସ୍ପଷ୍ଟ ମନ୍ତବ୍ୟ ଦେଇଛନ୍ତି। ଶୁଣନ୍ତୁ, ସେବେ ଆଉ ଏବେ କଣ କହୁଛନ୍ତି ମନମୋହନ ସାମଲ –