ବୁଲୁ ଜଣେ ସାଧାସିଧା ସରଳ ବ୍ୟକ୍ତି ଥିଲା। କିନ୍ତୁ, ବୁଲୁ ସ୍ତ୍ରୀ’ ବହୁ ଚାଲାକ୍ ଏବଂ ବଡ଼ ସନ୍ଦେହୀ ଥିଲା। ବୁଲୁ ତା’ ମୋବାଇଲରେ ସ୍ତ୍ରୀ’ ନମ୍ବର ‘ଡାର୍ଲିଂ’ ବୋଲି ସେଭ୍ କରିଥିଲା। ଦିନେ ବୁଲୁ ସ୍ତ୍ରୀ’ ବୁଲୁ ମୋବାଇଲ୍ ନେଇ ତା’ କଣ୍ଟାକ୍ଟ ଲିଷ୍ଟ ଖୋଜି ‘ଧନ’ ସେଭ୍ ଥିବା ନମ୍ବରକୁ ଫୋନ୍ କରିବାରେ ସେପଟୁ ପୁଅ ଫୋନ୍ ଉଠାଇଲା। ସନ୍ଦେହୀ ସ୍ତ୍ରୀ’ ପୁଣି ‘ଜାନ୍’ ସେଭ୍ ଥିବା ନମ୍ବରରେ ଫୋନ୍ କରିବାରୁ ଦୂତୀୟ ପୁଅ ଫୋନ୍ ଉଠାଇଲା। ବୁଲୁ ସ୍ତ୍ରୀ ପୁଣି “ଡିୟର” ନମ୍ବର ସେଭ୍ ଥିବା ନମ୍ବରରେ ଫୋନ୍ କରିବାରୁ ବୁଲୁ ଶାଶୁ ଅର୍ଥାତ୍ ବୁଲୁ ସ୍ତ୍ରୀ’ର ମା’ ଫୋନ୍ ଉଠାଇଲେ। ବୁଲୁ ସ୍ତ୍ରୀ’କୁ ବଡ଼ ଖରାପ ଲାଗିଲା। ଏତେ ନିଷ୍ଠାପର ସ୍ୱାମୀକୁ ମିଛଟାରେ ସନ୍ଦେହ କରିଥିବାରୁ ନିଜକୁ ମନେ ମନେ ଦୋଷ ଦେଲେ ଏବଂ ବାପ ଘରକୁ କହି ପରଦିନ ବୁଲୁ ପାଇଁ ଏକ ନୂଆ ଦାମୀ ବାଇକ୍ କିଣି ଆଣିଦେଲେ। ବୁଲୁ ଖୁସିରେ ତା’ ସ୍ତ୍ରୀ’ କୁ ଧନ୍ୟବାଦ ଜଣାଇଲା ଏବଂ ପରଦିନ ବାଇକ୍ ପୂଜା କରିବାକୁ ଯାଉଛି କହି ଗାର୍ଲଫ୍ରେଣ୍ଡ ‘ମୁନି’କୁ ଧରି ଫିଲ୍ମ ଦେଖିବାକୁ ଗଲା। ଯେଉଁ ‘ମୁନି’ର ନମ୍ବର ବୁଲୁ ମୋବାଇଲରେ ‘ମୁନ୍ନା ମେକାନିକ୍’ ନାମରେ ସେଭ୍ ଥିଲା ..