Thursday, June 19, 2025

ବନ୍ଦ୍ ହୋଇଯିବ ୧୫୦ ବର୍ଷର ଐତିହାସିକ ଟ୍ରାମ୍‌ ସେବା!

କୋଲକାତା: ୧୮୭୩ ମସିହାରେ ଆରମ୍ଭ ହୋଇଥିବା କୋଲକାତାର ଐତିହାସିକ ଟ୍ରାମ୍ ସେବା ବନ୍ଦ କରିବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା କୋଲକାତା ସହରର ଐତିହ୍ୟ ଏବଂ ଆକର୍ଷଣର ପ୍ରତୀକ ଭାବରେ ବିବେଚନା କରାଯାଏ। ୧୫୦ ବର୍ଷ ପୁରୁଣା ଟ୍ରାମ୍ ସେବାକୁ କୋଲକାତା ଲୋକଙ୍କ ପାଇଁ ଲାଇଫ୍ ଲାଇନ୍ ଭାବରେ ବିବେଚନା କରାଯାଏ। ଏହି ଟ୍ରାମ୍ ସେବାକୁ ବ୍ରିଟିଶ ମାନେ ଏହା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପାଟନା, ଚେନ୍ନାଇ, ନାଶିକ୍ ଏବଂ ମୁମ୍ବାଇ ଭଳି ସହର ଏହାକୁ ଗ୍ରହଣ କରିଥିଲେ। କିନ୍ତୁ ଶେଷରେ ପ୍ରତ୍ୟେକ ସହରରେ ଏହା ବନ୍ଦ ହୋଇଗଲା। କିନ୍ତୁ କୋଲକାତାରେ ଏହି ସେବା ଜାରି ଥିଲା। ଏହି ସେବା ବନ୍ଦ ହେଲେ ଗୋଟିଏ ଯୁଗର ଅନ୍ତ ଘଟିବ। ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସ୍ଥାନୀୟ ଯାତ୍ରୀ କହିଛନ୍ତି ଯେ ଏହାକୁ ବନ୍ଦ କରାଯିବା ଉଚିତ ନୁହେଁ। କୋଲକାତାବାସୀ, ବିଶେଷକରି ଗରିବ ଲୋକଙ୍କ ପାଇଁ ଏହା ଏକ ଲାଇଫ୍ ଲାଇନ୍। ବର୍ତ୍ତମାନ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ବସ୍ ଟିକେଟ୍ ଏବଂ ଟ୍ୟାକ୍ସିରେ ଯାତ୍ରା କରିବା ଟ୍ରାମ୍‌ରେ ଯାତ୍ରା କରିବା ଅପେକ୍ଷା ମହଙ୍ଗା ଅଟେ। ଭ୍ରମଣ କରିବାର ଏହା ସବୁଠାରୁ ଶସ୍ତା ଉପାୟ। ଏହା ବିଦ୍ୟୁତ୍ ଉପରେ ଚାଲୁଥିବାରୁ ଏହା ପରିବେଶ ଅନୁକୂଳ ଅଟେ। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତାର ଟ୍ରାମ୍‌ ସେବାକୁ ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ଅନୁଯାୟୀ ଐତିହାସିକ ଟ୍ରାମ୍‌ ସେବା କେବଳ ଏସ୍‌ପ୍ଲାନେଡ୍‌ରୁ ମାଇଦାନ ରୁଟ୍‌ ବ୍ୟତୀତ କୋଲକାତାର ଅନ୍ୟ ସବୁ ରୁଟ୍‌ରେ ବନ୍ଦ ହେବ। ସରକାଙ୍କ ଏଭଳି ନିଷ୍ପତ୍ତିରେ ଅନେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟ୍ରାଫିକ ଭିଡ଼ ପାଇଁ ଟ୍ରାମ୍‌କୁ ଦାୟୀ କରାଯାଇ ପାରିବ ନାହିଁ ବୋଲି ସେମାନେ କହିଛନ୍ତି। ଟ୍ରାମ୍‌ ଶସ୍ତା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ହୋଇଥିବାରୁ ଏହାକୁ ବନ୍ଦ କରାଯିବା ଉଚିତ ନୁହେଁ। ଏହା କୋଲକାତା ଜନସାଧାରଣ ବିଶେଷ କରି ଗରିବଙ୍କ ପାଇଁ ଜୀବନରେଖା ସଦୃଶ ଥିଲା ବୋଲି ଯାତ୍ରୀମାନେ କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles