Wednesday, June 18, 2025

ହଷ୍ଟେଲରେ ପଶି ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ମାମଲା

ଦରଭଙ୍ଗା: ଜୋରଜବଦସ୍ତ ହଷ୍ଟେଲରେ ପଶି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ୨ଟି ମାମଲା। ବିହାର ଦରଭଙ୍ଗା ଆମ୍ବେଦକର ଛାତ୍ରାବାସରେ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁମତି ନ’ନେଇ ରାହୁଲ ଗାନ୍ଧୀ ଜୋରଜବରଦସ୍ତି ହଷ୍ଟେଲର ପଛଦ୍ବାର ଦେଇ ହ‌ଷ୍ଟେଲ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଏହାକୁ ନେଇ ଦରଭଙ୍ଗା ଜିଲ୍ଲା କଲ୍ୟାଣ ଅଧିକାରୀ ଆଲୋକ କୁମାରଙ୍କ ଆବେଦନ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୨୦ ଜଣଙ୍କ ବିରୋଧରେ ଲାହେରିଆସରାୟ ଥାନାରେ ଏକ ନାମିତ ଏଫଆଇଆର ରୁଜୁ କରାଯାଇଛି। ପୋଲିସ ଏମାନଙ୍କ ବିରୁଦ୍ଧରେ ବିଏନଏସ ଧାରା ୧୬୩/୧୪୪ ଉଲ୍ଲଂଘନ କରିବା ପାଇଁ ଏକ ମାମଲା ରୁଜୁ କରିଛି। ଅଭିଯୋଗରେ ଜିଲ୍ଲା କଲ୍ୟାଣ ଅଧିକାରୀ ଲେଖିଛନ୍ତି ଯେ ଆମ୍ବେଦକର ଛାତ୍ରାବାସରେ କାର୍ଯ୍ୟକ୍ରମ ପାଇଁ କୌଣସି ଆନୁଷ୍ଠାନିକ ଅନୁମତି ଦିଆଯାଇ ନଥିଲା। ଏହା ପରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles