ନୂଆଦିଲ୍ଲୀ: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତଥା ଗାନ୍ଧୀ ପରିବାରକୁ ଟାର୍ଗେଟ କରି କହିଛନ୍ତି ଗାନ୍ଧୀ ପରିବାର ଦୀର୍ଘ ୫୦ ବର୍ଷ ଧରି ଦେଶକୁ ଲୁଟି ଚାଲିଥିଲେ। ରାହୁଲ ଗାନ୍ଧୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏକ ନୃତ୍ୟଗୀତ କାର୍ଯ୍ୟକ୍ରମ ବୋଲି ବର୍ଣ୍ଣନା କରିଥିଲେ ଯାହାକୁ ନେଇ ଗାନ୍ଧୀ ପରିବାରକୁ କଡା ସମାଲୋଚନା କରିଛନ୍ତି ଗିରିରାଜ ସିଂ। ଗିରିରାଜ କହିଛନ୍ତି ମୋଦିଙ୍କ ଉପରେ ରାହୁଲ ଦେଇଥିବା ବିବୃତ୍ତିର କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ। ଗାନ୍ଧୀ ପରିବାର ଦୀର୍ଘ ୫୦ ବର୍ଷ ଧରି ଦେଶକୁ ଲୁଟି ଚାଲିଥିଲେ। ତାଙ୍କ ପରିବାରର ଶାସନ କାଳରେ ଅନେକ ଦୁର୍ନୀତି ହୋଇଛି। ଗିରିରାଜ କହିଛନ୍ତି, ରାହୁଲ ଗାନ୍ଧୀ ମଧ୍ୟ ଆମ ଦେଶ ଏବଂ ଭଗବାନ ଶ୍ରୀରାମଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଏହା ସେମାନଙ୍କର ସ୍ବଭାବରେ ପରିଣତ ହୋଇଛି। ଖାଲି ସେତିକି ନୁହେଁ ସେ ଦେଶ ବାହାରକୁ ଯାଇ ଦେଶକୁ ଦୁର୍ବ୍ୟବହାର କରନ୍ତି ବୋଲି ଗିରିରାଜ ସିଂ କହିଛନ୍ତି।