Thursday, June 19, 2025

ଷୋଡ଼ଶ ଅର୍ଥ ଆୟୋଗ ଗଠନ କଲେ ଭାରତ ସରକାର: ଆୟୋଗର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଭାରତ ସରକାର ସମ୍ବିଧାନର ଧାରା ୨୮୦(୧) ଅନୁଯାୟୀ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଛନ୍ତି। ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଅରବିନ୍ଦ ପାନଗାରିଆ ଏହାର ଅଧ୍ୟକ୍ଷ ହେବେ। ଷୋଡ଼ଶ ଅର୍ଥ ଆୟୋଗର ସଦସ୍ୟମାନଙ୍କୁ ପୃଥକ ଭାବେ ବିଜ୍ଞପ୍ତି ଦିଆଯିବ। ଶ୍ରୀ ରିତ୍ବିକ ରଞ୍ଜନମ ପାଣ୍ଡେଙ୍କୁ ଆୟୋଗର ସଚିବ ଭାବେ ନିଯୁକ୍ତ କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତିରେ ଷୋଡ଼ଶ ଅର୍ଥ ଆୟୋଗପାଇଁ ବିସ୍ତୃତ ଟର୍ମସ ଅଫ୍ ରେଫରେନ୍ସ ମଧ୍ୟ ଉଲ୍ଲେଖ କରାଯାଇଛି। ଷୋଡ଼ଶ ଅର୍ଥ ଆୟୋଗ ନିମ୍ନଲିଖିତ ବିଷୟଗୁଡିକ ଉପରେ ସୁପାରିସ କରିବେ –

● ସମ୍ବିଧାନର ପ୍ରଥମ ଅଧ୍ୟାୟ, ଦ୍ୱାଦଶ ଭାଗ ଅଧୀନରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ଟିକସର ନେଟ୍ ଆୟ ବଣ୍ଟନ ଏବଂ ସେହି ଆୟର ସମ୍ପୃକ୍ତ ଅଂଶର ରାଜ୍ୟମାନଙ୍କ ମଧ୍ୟରେ ଆବଣ୍ଟନ।

● ଭାରତର ସଂଯୁକ୍ତ ପାଣ୍ଠିରୁ ରାଜ୍ୟଗୁଡ଼ିକର ରାଜସ୍ୱର ଅନୁଦାନ ଏବଂ ସମ୍ବିଧାନର ଧାରା ୨୭୫ ଅଧୀନରେ ସେହି ଧାରା (୧) ର ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟ ପାଇଁ ରାଜ୍ୟମାନଙ୍କୁ ସେମାନଙ୍କ ରାଜସ୍ୱ ଅନୁଦାନ ମାଧ୍ୟମରେ ପ୍ରଦାନ କରାଯାଉଥିବା ଅର୍ଥକୁ ନିୟନ୍ତ୍ରଣ କରିବା।

● ରାଜ୍ୟର ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ ରାଜ୍ୟର ପଞ୍ଚାୟତ ଓ ପୌରପାଳିକାଗୁଡ଼ିକର ସମ୍ବଳକୁ ପୂରଣ କରିବା ପାଇଁ ଏକ ରାଜ୍ୟର ସମନ୍ୱିତ ପାଣ୍ଠି କୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ପଦକ୍ଷେପ ।

● ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ (୨୦୦୫ ର ୫୩) ଅଧୀନରେ ଗଠିତ ପାଣ୍ଠି ସମ୍ପର୍କରେ ଷୋଡ଼ଶ ଅର୍ଥ ଆୟୋଗ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ବର୍ତ୍ତମାନର ବ୍ୟବସ୍ଥାର ସମୀକ୍ଷା କରିପାରିବେ ଏବଂ ଏଥିପାଇଁ ଉପଯୁକ୍ତ ସୁପାରିସ କରିପାରିବେ।

୨୦୨୬ ଏପ୍ରିଲ ପହିଲା ଠାରୁ ଆରମ୍ଭ ହୋଇ ୫ ବର୍ଷ ର ଅବଧି କୁ ନେଇ ଅକ୍ଟୋବର ୩୧, ୨୦୨୫ ତାରିଖ ସୁଦ୍ଧା ରିପୋର୍ଟ ଉପଲବ୍ଧ କରାଇବାକୁ ଅର୍ଥ ଆୟୋଗଙ୍କୁ ଅନୁରୋଧ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles