କଲମ୍ବୋ: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ହରିନୀ ଅମରସୁରୀୟା। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ନ୍ୟାସନାଲ ପିପୁଲ୍ସ ପାୱାରର ସାଂସଦ ଡକ୍ଟର ହରିନୀ ଅମରସୁରୀୟା ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ସଚିବାଳୟରେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ଉପସ୍ଥିତିରେ ହରିନୀ ଅମରସୁରୀୟା ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନର ଗୋଟିଏ ଦିନ ପରେ ଦିସାନାୟକେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।